ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ବ୍ରିଟିଶ୍ ହଲ୍ ପରିସରରେ ଗୁରୁବାର ପୂର୍ବାହ୍ନ ୧୦ଟା ସମୟରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ସଭାପତିତ୍ୱ ଦାୟିତ୍ୱ ବହନ କରି ଜାତୀୟ ଶିକ୍ଷା ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ ।
ମୁଖ୍ୟଅତିଥି ଭାବେ କବି ପ୍ରଶାନ୍ତ ଦାସ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଶୃଙ୍ଖଳିତ ଜୀବନଯାପନ କରିବା ସହିତ ରାଷ୍ଟ୍ର ଗଠନରେ ମନୋନିବେଶ କରିବା ମାର୍ଗଦର୍ଶନ କରିଥିଲେ । ମୁଖ୍ୟବକ୍ତା ଭାବେ ଫକୀରମୋହନ ମହାବିଦ୍ୟାଳୟର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ. ବିଦ୍ୟୁତ୍ ପ୍ରଭା ଦାସ ଯୋଗଦେଇ ଶିକ୍ଷା ରାଷ୍ଟ୍ରର ମାନଦଣ୍ଡ ବୋଲି କହିଥିଲେ । ପୂର୍ବତନ ଏନଏସ୍ଏସ୍ ଅଫିସର ଡ. ସନ୍ତୋଷ କୁମାର ରାଉତ ଶିକ୍ଷାକ୍ଷେତ୍ରରେ ଛାତ୍ରୀଛାତ୍ରମାନେ ନିଜର ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ ଗଠନ ଉପରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଏନଏସ୍ଏସ୍ ଅଫିସର ସୁଲୋଚନା ସିଂ ପରିଚାଳନା କରିଥିବା ବେଳେ ଆସୋସିଏଟ୍ ଅଫିସର ରାଜେଶ ଦେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗୀତାରେ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।
