ସାର ଆତ୍ମନିର୍ଭରତା ଦିଗରେ ଆଉ ଏକ ବଡ ସଫଳତା ନାନୋ ୟୁରିଆ ପରେ ନାନୋ ଡିଏପି ଅନୁମୋଦିତ
କୃଷକଙ୍କ ଜୀବନକୁ ସହଜ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଭାରତ ସରକାର ନାନୋ ୟୁରିଆ ପରେ ନାନୋ ଡିଏପିକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ଆମ ଚାଷୀ ଭାଇ ଓ ଭଉଣୀମାନଙ୍କ ଜୀବନକୁ ସହଜ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି I ଆମ ଚାଷୀ ଭାଇ-ଭଉଣୀଙ୍କ ଜୀବନକୁ ସହଜ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
