ଏଣିକି ସକାଳ ସାଢ଼େ ୭ଟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ
ଭୁବନେଶ୍ୱର : ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ବଦଳିଲା ନିୟମ । ଏଣିକି ସକାଳ ସାଢ଼େ ୭ଟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।
ନନ୍ଦନକାନନ ଉପ-ନିର୍ଦ୍ଦେଶକ ସନଥ କୁମାରଙ୍କ ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍ ସକାଳ ସାଢ଼େ ୭ଟାରୁ ଖୋଲି ସାଢ଼େ ୫ଟାରେ ବନ୍ଦ ହେବ। ତେବେ ପ୍ରତି ସୋମବାର ନନ୍ଦନକାନନ ପୂର୍ବଭଳି ବନ୍ଦ ରହିବ।
