ବିଜେପିର ନମାମୀ ଗଙ୍ଗେ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
କଟକ : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ତଥା ସେବା ସପ୍ତାହ ପାଳନ ଅବସରରେ ଆଜି ସକାଳ ୮ଟାରେ ଗଡଗଡିଆ ଘାଟଠାରେ କଟକ ନଗର ବିଜେପିର ନମାମୀ ଗଙ୍ଗେ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନଗର ସଭାପତି ଲଲାଟେନ୍ଦୁ ବଡୁ, ନମାମୀ ଗଙ୍ଗେ ରାଜ୍ୟ ସଭାପତି ମହେଶ୍ୱର ସାହୁ, ସହ ସଂଯୋଜକ ଅଶୋକ ରଥ, ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା, ସଂଜୀବ ରଣା, ସ୍ୱଚ୍ଛ ଭାରତ ସଂଯୋଜକ ନଳିନୀ ରାୟ, କାମାକ୍ଷା ପ୍ରସାଦ ମିଶ୍ର, କୃଷକ ମୋର୍ଚ୍ଚାର ଦୀପ୍ତିରଂଜନ ଜେନା, ତାରାପ୍ରସାଦ ମହାନ୍ତି, ଭାଗିରଥି ଦଳେଇ, ପ୍ରବୀଣା ମହାପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ôଥିତ ଥିଲେ । ମହାନଦୀ ମାତାଙ୍କୁ ପ୍ରଣାମ କରି କାର୍ଯ୍ୟକର୍ତ୍ତାମାନେ ମହାନଦୀ କୂଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲେ । ପରେ ଗଡଗଡିଆ ମଣ୍ଡପରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଶ୍ରୀ ସାହୁ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ମହାନଦୀ ସମେତ ଓଡିଶାର ସମସ୍ତ ନଦୀର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିବାକୁ କର୍ମୀମାନଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ବଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶର ସ୍ୱାର୍ଥ ପାଇଁ ଚାଷରେ ଅପମିଶ୍ରିତ ତଥା ରାସାୟନିକ ସାର ପ୍ରୟୋଗ ପରିବର୍ତ୍ତେ ଜୈବିକ ଚାଷକୁ ଉତ୍ସାହିତ କରିବାକୁ ଏବଂ ଦୈନିକ ଖାଦ୍ୟରେ ମାଣ୍ଡିଆର ଉପଯୋଗ କରିବା ସହିତ ପ୍ରଚାର ପ୍ରସାର କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।
