ମୋ ପରିବାରର ଜାମ୍ମୁ-କାଶ୍ମୀର ସହିତ ପୁରୁଣା ସମ୍ପର୍କ : ରାହୁଲ ଗାନ୍ଧୀ
ଜାମ୍ମୁ : ଜାମ୍ମୁ-କାଶ୍ମୀରର ଦୁଇ ଦିବସୀୟ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ଶୁକ୍ରବାର ଦିନ କଂଗ୍ରେସର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଟିର ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତାଙ୍କ ସହ ସଂଗଠନକୁ ଶକ୍ତିିଶାଳୀ କରିବା ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାର ଆବାହନ କରିଛନ୍ତି । ଦିଲ୍ଲୀ ପାଇଁ ଗସ୍ତ କରିବା ପୂର୍ବରୁ ରାହୁଲ ଗାନ୍ଧୀ ପାର୍ଟି ନେତାମାନଙ୍କୁ ଏକ ବୈଠକରେ କହିଛନ୍ତି ଯେ, ଯେତେବେଳେ ମୁଁ ଜାମ୍ମୁ-କାଶ୍ମୀର ଆସେ, ମତେ ଏପରି ଲାଗେ ଯେ ମୁଁ ଘରକୁ ଆସିଛି । ମୋ ପରିବାରର ଜାମ୍ମୁ-କାଶ୍ମୀର ସହ ପୁରୁଣା ସମ୍ପର୍କ ଅଛି ।
