ଆକ୍ଟିଭ୍ ହେଲା ଆକାଉଣ୍ଟ, ଟ୍ୱିଟରକୁ ଫେରିଲେ ଟ୍ରମ୍ପ
(FILES) In this file photo illustration taken on August 10, 2020, the Twitter account of US President Donald Trump is displayed on a mobile phone in Arlington, Virginia. - Trump's once-blocked Twitter account reappeared on the platform on November 19, 2022, minutes after company owner Elon Musk announced he was lifting the 22-month suspension on the former president over incitement of violence. Trump's account -- dormant since days after the January 6, 2021 riot at the US Capitol by his supporters -- was visible to users after Musk tweeted that "Trump will be reinstated" following a poll on the subject. (Photo by Olivier DOULIERY / AFP)
ୱାଶିଂଟନ : ପୁନଃ ଆକ୍ଟିଭ ହେଲା ଆକାଉଣ୍ଟ । ସୋସିଆଲ୍ ମିଡିଆ ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରବିବାର ଏନେଇ ସୂଚନା ଦେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ। କ୍ୟାପିଟୋଲ ହିଂସାକାଣ୍ଡ ପରେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଏଲନ ମସ୍କ। ଆଜି ମସ୍କ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି।
ଏନେଇ ମସ୍କ ଟ୍ୱିଟ୍ କରିଛନ୍ତି ଯେ, ଜନତା କହିସାରିଛନ୍ତି ଯେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବ। ତା ସହିତ ମସ୍କ ଏହାର ଲାଟିନ ଫ୍ରେଜ୍ ବ୍ୟବହାର କରି ଲେଖିଛନ୍ତି, ଭକ୍ସ ପୋପୁଲୀ, ଭକ୍ସ ଦେଇ। ଯାହାର ଅର୍ଥ ହେଲା ଲୋକମାନଙ୍କର ସ୍ୱର ଈଶ୍ୱରଙ୍କ ସ୍ୱର ସହିତ ସମାନ। ଟ୍ରମ୍ପଙ୍କ ଆକାଉଣ୍ଟ ଏଥର ଟ୍ୱିଟରରେ ଦେଖାଯିବ ବୋଲି ମସ୍କ କହିଛନ୍ତି।
ତେବେ ଟ୍ରମ୍ପଙ୍କ ଆକାଉଣ୍ଟ ଆକ୍ଟିଭ୍ ହେବା ପୂର୍ବରୁ ଶନିବାର ମସ୍କ ଏକ ପୋଲ୍ କ୍ରିଏଟ କରିଥିଲେ। ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବ କି ନାଇଁ ଜନତାଙ୍କୁ ପ୍ରଶ୍ନ କରିଥିଲେ। ସେ ଲେଖିଥିଲେ, ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁନଃ ଆକ୍ଟିଭ କରିବା ? ମସ୍କଙ୍କର ଏହି ପୋଲ୍ର ଜବାବ ଦେଇଥିଲେ ଟ୍ୱିଟରାଟୀ। ତେବେ ହଁ ଓ ନାଁର ପାର୍ଥକ୍ୟ ଖୁବ କମ ଥିଲା। ୫୧.୮ ପ୍ରତିଶତ ୟୁଜର ଚାହୁଁଥିଲେ ଟ୍ରମ୍ପ ଟ୍ୱିଟରକୁ ଫେରନ୍ତୁ। ବାକି ନାଁ କହିଥିଲେ। ଜନତାଙ୍କ କଥାକୁ ସମ୍ମାନ ଦେଇ ଟ୍ୱିଟର ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ଆକ୍ଟିଭ୍ କରାଯାଇଛି।
