ରାଜଧାନୀ ରାସ୍ତାକଡ଼ରୁ ମିଳିଲା ଏକାଧିକ ନରକଙ୍କାଳ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ମଂଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ଏକାଧିକ ନରକଙ୍କାଳ ମିଳିଛି । ସେଠାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ନରକଙ୍କାଳ, ଖପୁରୀ, ହାଡ଼ ପଡିଥିବା ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି । ଏତେ ସଂଖ୍ୟାରେ କଙ୍କାଳ ଓ ଖପୁରି କେଉଁଠୁ ଓ କିପରି ଆସିଲା, କିଏ ଏଠାରେ ଫୋପାଡ଼ିଲା, ଏହା ପଛର କାରଣ କ’ଣ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି କଙ୍କାଳ ଗୁଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ୱର ମଂଚେଶ୍ୱର ଥାନା କଳାରାହାଙ୍ଗ ପୋଲ ନିକଟରୁ ଏହି ନରକଙ୍କାଳ ସବୁ ମିଳିଛି । ଏକ ଜାଗାରେ ପ୍ରାୟ ୧୫ଟି ଖପୁରୀ ସହ ୨୦ରୁ ଊର୍ଦ୍ଧ୍ୱ କଙ୍କାଳର ଅଂଶ ଓ ହାଡ ପଡିଛି । ଏହା ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି । ହଠାତ୍ ଏତେ ସଂଖ୍ୟାରେ କଙ୍କାଳ ଓ ଖପୁରି କେଉଁଠୁ ଓ କିପରି ଆସିଲା, କିଏ ଏଠାରେ ଫୋପାଡିଲା, ଏହା ପଛର କାରଣ କ\’ଣ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛି । ଖପୁରିଗୁଡିକୁ ଜବତ କରି ଟେଷ୍ଟ ପାଇଁ ପଠାଇଛି । ତେବେ ଏ ଖପୁରୀ ଗୁଡିକ ପୁରୁଣା ଖପୁରୀ ବୋଲି କୁହାଯାଉଛି । ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଖୁବଶୀଘ୍ର ଏହାର ରହସ୍ୟ ଫିଟିବ ବୋଲି ଆଶା କରାଯାଉଛି । ତେବେ ପ୍ରତ୍ୟକ୍ଷଦର୍ଶୀମାନେ ଏହାକୁ ଗୁଣିଗାରେଡ଼ି ବୋଲି ଭାବୁଛନ୍ତି ।
