ଛତିଶଗଡରେ ମିଶିବାକୁ ଜିଦ୍ ଧରିଥିବା ସୀମାନ୍ତ ଅଂଚଳକୁ ପହଂଚିଲେ ସାଂସଦ ରମେଶ ମାଝୀ
ନବରଙ୍ଗପୁର : ମୌଳିକ ସୁବିଧାରୁ ବଂଚିତ ଏକ ଗାଁ ଯେଉଁଠୀ ନାଗରିକ ର ସର୍ବନିମ୍ନ ଆବଶ୍ୟକତାକୁ ଅଣଦେଖା କରଯାଇଛି ପତ୍ୟେକ କ୍ଷେତ୍ରରେ । ଏଠାକାର ସମସ୍ୟା ସମାନ୍ଧେ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ସୁଧୁରି ପାରି ନାହିଁ ଗାଁ ର ସମସ୍ୟା । ଓଡିଶା ଓ ଛତିଶଗଡ ରାଜ୍ୟ ମଧ୍ଯରେ ସମନ୍ୱୟ ରକ୍ଷା କରୁଥିବା ଏହି ସୀମାନ୍ତ ଗାଁ ଓଡ଼ିଶାର ବୋଲି କହୁଥିବା ବେଳେ ସରକାରୀ ସୁବିଧା ସୁଯଗ । ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ପଂଚାୟତ ଜାମଲିପଡା ବାସି ଆଜି ସ୍ଥାନୀୟ ସରପଂଚ ଚନ୍ଦ୍ରିକା ଧୁରୁଆଙ୍କ ପାଦ ତଳେ ପାଇଥିବା ରାସନ କାର୍ଡ ଗୁଡିକୁ ଫେରାଇ ଦେଇ ନିଜ ଅଭିଳାଷ ଛତିଶଗଡରେ ମିଶିଯିବାକୁ ବ୍ୟକ୍ତ କରିଛନ୍ତି ।ପଡାବାସୀଙ୍କ ଅଭିଯୋଗ ଅନୁଯାୟୀ ମୌଳିକ ସୁବିଧା ଯୋଗେଇଦେବା ପାଇଁ ସ୍ଥାନୀୟ ସରପଂଚଙ୍କଠାରୁ ଆରମ୍ଭ କରି ବିଡ଼ିଓ, ଜିଲ୍ଲାପାଳ, ବିଧାୟକ, ସାଂସଦ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଅଭିଯୋଗ ସତ୍ୱେ କୌଣସି ପ୍ରକାରର ସୁଫଳ ମିଳି ନାହିଁ । ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତି ଉପଲକ୍ଷେ ଦେଶର ବିକାଶ ଧାରା କୁ ନେଇଁ ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ଜାମଲିପଡା ବାସୀଙ୍କୁ ଆଜି ଯାଏ ବିଜୁଳି ଆଲୁଅ କଣ ଦେଖିନ ଥିବା ମୋହନ ନାୟକ ଅଭିଯୋଗ କହିଛନ୍ତି । ଏହି ପଡାରେ ଶହଶହ ବର୍ଷ ଧରି ଲୋକେ ବସବାସ କରୁଛନ୍ତି । ପଡାରେ ୧୦ ପରିବାରର ପାଖାପାଖି ୧୦୦ ଲୋକେ ବସବାସ କରୁଛନ୍ତି । ପୂର୍ବରୁ ଏଠାକାର ୨୦ ପରିବାର ମୌଳିକ ସୁବିଧା ନ ପାଇବାରୁ ପଡା ଛାଡିକି ଚାଲିଯାଇଛନ୍ତି । ଭଲ ରାସ୍ତାଟିଏ ନ ଥିବାରୁ ବର୍ଷା ଦିନେ ଯିବାଆସିବାରେ ଦୁର୍ଦ୍ଦଶା ବଢିଯାଉଛି । ଅଙ୍ଗନୱାଡି ସେଣ୍ଟର ଦୂର ହେଉଥିବାରୁ ପ୍ରାକ ଶିକ୍ଷାରୁ ଶିଶୁ ବଂଚିତ ହେଉଛନ୍ତି । ପଡାବାସି କେବଳ ପିଡ଼ିଏସ ଚାଉଳ ଓଡ଼ିଶାରେ ପାଉଥିବା ବେଳେ ନିତ୍ୟ ବ୍ୟବହାର ତେଲ ଲୁଣଠୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ଛତିଶଗଡ଼ ଉପରେ ନିର୍ଭର କରୁଥିବା ପଡାବସି କହିଛନ୍ତି । ତେଣୁ, ଆସନ୍ତା ଶୁକ୍ରବାର ଦିନ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲାପାଳ ପାଖରେ ଗୁହାରି ଜଣେଇ ବିଧିବଦ୍ଧ ଭାବରେ ଛତିଶଗଡ଼ରେ ସାମିଲ ହେବାପାଇଁ ପଡାବାସି ମୋହନ ନାୟକ,ଦୁର୍ମିଳା ନାୟକ,ଡିଲେଶ୍ୱରୀ ନାୟକ,କେଶବ ନାୟକ,ତ୍ରିଲୋଚନ ନାୟକ,ଗୋସାମଣି ନାୟକ,ଉର୍ବଶୀ ନାୟକ,ଚନ୍ଦ୍ର ନାୟକ, ପ୍ରମୁଖ ଗଣମାଧ୍ୟମ ପାଖରେ ପ୍ରକାଶ କରିଛନ୍ତି । ଏ ନେଇଁ ସ୍ଥାନୀୟ ସରପଂଚ ଶ୍ରୀମତୀ ଧୁରୁଆ ଏ ବାବଦରେ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗେଇ ଦିଆଯିବ ବୋଲି ଲୋକଙ୍କୁ ବୁଝାସୁଝା କରି ବିଫଳ ହୋଇଥିବା ଜଣାପଡିଛି ।ଅଳ୍ପଦିନ ଭିତରେ ବିଜୁଳି ସଂଯୋଗ କରିଦେବା ପାଇଁ ସରପଂଚ ପ୍ରତିଶୃତି ଦେଇଥିଲେ । ସ୍ଥାନୀୟ ଲୋକେ ତାଙ୍କ ଜିଦରେ ଅଟଳ ଥିବା ବେଳେ ଏଯାବତ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡି ନ ଥିବା ବିଡ଼ମ୍ବନାର ବିଷୟ । ଖୁବଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବ ବୋଲି ଝରିଗାଁ ବିଧାୟକ ପ୍ରକାଶ ମାଝୀ କହିଛନ୍ତି । ଘଟଣାର ସତ୍ୟତା ଅନୁସନ୍ଧାନ କରିବା ପାଇଁ ସ୍ଥାନୀୟ ତହସିଲଦାର ଗୋଷ୍ଠି ଉନ୍ନୟନ ଅଧିକାରୀ ସମେତ ବିଭିନ୍ନ ଅଧିକାରୀ ନେତା ଙ୍କ ସୁଅ ଛୁଟିଛି ଏହି ଗ୍ରାମକୁ । ଆଜି ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଏହି ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସାକ୍ଷାତ କରି ଏହି ଗ୍ରାମର ସମସ୍ତ ସମସ୍ୟାକୁ ଗୁରୁତ୍ୱ ର ସହିତ ନିଆ ଯାଇ ତାହର ସମାଧାନ ପୂର୍ବକ ଗ୍ରାମର ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ବର୍ତମାନ ଦେଖିବାକୁ ରହିଲା ଏହି ଘଟଣାକୁ ପ୍ରଶାସନ ଓ ସରକାର କେତେ ଗମ୍ବିରତାର ସହିତ ନେଇ ଗ୍ରାମବାସୀଙ୍କୁ ବୁଝାଇବାରେ ସଫଳ ହେଉଛି ।
