ଧର୍ମପରାୟଣ ବ୍ୟକ୍ତିଙ୍କ ପରିଲୋକରେ ଶୋକ
ସୋର : ସୋର ଥାନା ଅଧୀନ ମଧୁସୂଦନପୁର ପଞ୍ଚାୟତ ରଘୁନାଥପୁର ଗଞ୍ଜ ଗ୍ରାମର ସମାଜସେବୀ ଗୋପୀନାଥ ପାତ୍ରଙ୍କର ୮୦ ବର୍ଷ ବୟସରେ ପରଲୋକ ହୋଇଛି । ସ୍ୱର୍ଗତ ପାତ୍ର ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥାଇ ଭୂବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ । ସେ ଅଭିରାମ ପରମହଂସଙ୍କର ଭକ୍ତ ଭାବେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କର ମରଶରୀରକୁ ସଂକୀର୍ତ୍ତନ ମଣ୍ଡଳୀ ସହ ସ୍ୱର୍ଗ ରଥରେ ଗ୍ରାମ ପରିକ୍ରମା କରାଇବା ପରେ ଗ୍ରାମରେ ସଂସ୍କାର କରାଯାଇଛି । ବଡ ପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ ।
