ଭିଜିଲାନ୍ସ ଜାଲରେ ମୋଟୁ ଥାନା ଆଇଆଇସି
- ୨ ଲକ୍ଷ ୮୦ ହଜାର ଟଙ୍କା ଜବତ
- କଟକ ଓ ମୋଟୁ ସ୍ଥିତ ବାସଭବନରେ ଚଢ଼ଉ
ମାଲକାନଗିରି/ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ପଡିଛନ୍ତି ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଆଇଆଇସି ସନ୍ତୋଷ ସାହୁ । ଆଇଆଇସିଙ୍କ କଟକ ଓ ମୋଟୁ ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଜାରୀ ରହିଛି । ତାଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ଆଜି ସେ ଫୁଲନଖରା ସ୍ଥିତ ତାଙ୍କ ଘରକୁ ଆସୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ତାଙ୍କ ଠାରୁ ଏହି ଟଙ୍କା ଜବତ ହୋଇଛି । ତେବେ ଜବତ ଟଙ୍କା ବାବଦରେ କୌଣସି ସନ୍ତୋଷଜନକ ଉତର ଦେଇପାରିନାହାଁନ୍ତି ଆଇଆଇସି ଶ୍ରୀ ସାହୁ । ଫଳରେ ଜବତ ହୋଇଥିବା ଟଙ୍କାକୁ ନେଇ ଆଇଆଇସି ଶ୍ରୀ ସାହୁଙ୍କ କଟକ ଓ ମୋଟୁ ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି । ଏନେଇ ଅଧିକ ଖୋଳତାଡ଼ ଜାରୀ ରଖିଛି ଭିଜିଲାନ୍ସ ।
