ମା’ ଓ ଝିଅଙ୍କୁ ଛୁରାମାଡ, ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରେ ସୋମବାର ମାଆ ଓ ଝିଅଙ୍କୁ ଛୁରାମାଡ ହୋଇଛି। ଗୁରୁତର ଅବସ୍ଥାରେ ମା ଓ ଝିଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପଡୋଶୀ ଘରର ଜଣେ ଯୁବକ ମହିଳା ବେଶରେ ଘରେ ପଶି ଉକ୍ତ ମା’ ଓ ଝିଅଙ୍କୁ ଛୁରାରେ ଆକ୍ରମଣ କରିବା ସହ ନିଜେ ମଧ୍ୟ ଆହତ ହୋଇଛନ୍ତି। ତେବେ ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଯେ, ଦୁଇ ପରିବାର ମଧ୍ୟରେ ଝଗଡ଼ାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ପଡୋଶୀ ଘରର ଯୁବକ ଘରେ ପଶି ଆକ୍ରମଣ କରିଛନ୍ତି। ଯୁବକ ଜଣଙ୍କ ମହିଳା ଡ୍ରେସ୍ ପିନ୍ଧି ଘରେ ପଶିଥିଲେ। ହେଲେ ମା’-ଝିଅଙ୍କୁ ଆକ୍ରମଣ କରିବା ବେଳେ ନିଜେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଚନ୍ଦ୍ରଶେଖର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ପ୍ରେମ ବ୍ୟାପାରରୁ ଛୁରାମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।
