ଭାରତର ଅଧିକାଂଶ ବ୍ୟବହାରକାରୀଙ୍କ ପାସୱାର୍ଡ ସମାନ ! ଦେଖନ୍ତୁ ଟପ୍-୧୦ ପାସୱାର୍ଡର ତାଲିକା
ଭାରତରେ ସର୍ବାଧିକ ବ୍ୟବହୃତ ପାସୱାର୍ଡର ଏକ ତାଲିକା ପ୍ରକାଶ ପାଇଛି । ଭାରତୀୟମାନେ ବିଭିନ୍ନ ଡିଜିଟାଲ ଆପ୍ଲିକେସନ ଓ ଆକାଉଣ୍ଟରେ କେତେ ସହଜ ପାସୱାର୍ଡ ରଖନ୍ତି, ଏହି ତାଲିକାରୁ ଜଣାପଡ଼ିଛି । ମଜାଦାର କଥା ହେଉଛି ନର୍ଡପାସ୍ ଦ୍ୱାରା ଜାରି ହୋଇଥିବା ଏହି ପାସୱାର୍ଡ ତାଲିକାରେ ସର୍ବାଗ୍ରେ ଅଛି password । ଏହି ତାଲିକାରୁ ଭାରତୀୟ ଉପଭୋକ୍ତାମାନେ ସହଜ ଶବ୍ଦ ଏବଂ ସଂଖ୍ୟାକୁ ପାସୱାର୍ଡ ଭାବରେ ତିଆରି କରୁଥିବା ଏବଂ ଆପ୍ଲିକେସନର ସୁରକ୍ଷା ପ୍ରତି ଯତ୍ନବାନ ନଥିବା ସ୍ପଷ୍ଟ ହୋଇଛି ।
ପାସୱାର୍ଡ ଯାହା ଅନେକ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଆକାଉଣ୍ଟର ସୁରକ୍ଷା କବଚ୍ଚ ଭାବରେ କାର୍ଯ୍ୟ କରେ । କିନ୍ତୁ ଅନେକ ଆପ୍ଲିକେସନର ପାସୱାର୍ଡ ମନେ ରଖିବା ସହଜ ହୋଇନଥାଏ । ଏଥିପାଇଁ ଅନେକ ଉପଭୋକ୍ତା ସରଳ ପାସୱାର୍ଡ ରଖିଥାନ୍ତି । ନର୍ଡପାସ୍ ୨୦୨୨ ବର୍ଷ ପାଇଁ ସବୁଠାରୁ ଲୋକପ୍ରିୟ ପାସୱାର୍ଡର ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଏପରି କିଛି ପାସୱାର୍ଡ ଅନ୍ତର୍ଭୂକ୍ତ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଯଦିଓ ସରଳ ପାସୱାର୍ଡ ଗୁଡ଼ିକୁ ମନେ ରଖିବା ସହଜ, କିନ୍ତୁ ଏପରି ପାସୱାର୍ଡ ଦିଆଯାଇଥିବା ଆପ୍ଲିକେସନ ଗୁଡ଼ିକୁ ହ୍ୟାକ୍ କରିବା ମଧ୍ୟ ସହଜ ହୋଇଯାଇଥାଏ । ଏଥିପ୍ରତି ବ୍ୟବହାରକାରୀ ସତର୍କ ନଥାନ୍ତି । ଏହି କାରଣରୁ ଦେଶରେ ପ୍ରତିବର୍ଷ ସାଇବର ଫ୍ରଡ ସଂଖ୍ୟା ଦ୍ରୁତ ହଗତିରେ ବଢ଼ିଚାଲିଛି । ଇଣ୍ଟରନେଟ ବ୍ୟବହାରକାରୀଙ୍କୁ କଠିନ ପାସୱାର୍ଡ ତିଆରି କରିବାକୁ ପରାମର୍ଶ ଦିଆଯାଇଥାଏ । କାରଣ କଠିନ ପାସୱାର୍ଡକୁ ହ୍ୟାକର ମାନେ ଜାଣିବା ସମ୍ଭବ ହୋଇପାରିନଥାଏ । ଏବେ ନର୍ଡପାସ ଦ୍ୱାରା ଜାରି ହୋଇଥବା ଏହି ତାଲିକାରେ ପାସୱାର୍ଡଗୁଡିକ ଭାରତର ସର୍ବାଧିକ ବ୍ୟବହୃତ ହେଉଛି ।
ସାଇବର ସୁରକ୍ଷା ସଚେତନତା ଜରୁରୀ :
ନର୍ଡପାସ୍ ରିସର୍ଚ୍ଚ ଦ୍ୱାରା ଜାରି ହୋଇଥିବା ତାଲିକା ଏବଂ ରିପୋର୍ଟ ଗୁଡିକ ଭାରତୀୟ ସ୍ମାର୍ଟ ଡିଜାଟାଲ ପ୍ରଡକ୍ଟ ବ୍ୟବହାରକାରୀଙ୍କ ସରଳତାକୁ ଦର୍ଶାଇଛି । ଅଧିକାଂଶ ଭାରତୀୟ ଏବେବି ସରଳ ପାସୱାର୍ଡ ବ୍ୟବହାର କରନ୍ତି ଏବଂ ସେଥିପାଇଁ ହ୍ୟାକିଂ ଏବଂ ସାଇବର ଅପରାଧ ଭଳି ମାମଲା ବନ୍ଦ ହେଉନାହିଁ । ଲୋକମାନେ ପାସୱାର୍ଡ ତିଆରି କରିବା ନେଇ ଗମ୍ଭୀର ନୁହଁନ୍ତି । ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ସାଇବର ସୁରକ୍ଷା ବିଷୟରେ ଅବଗତ କରାଯିବା ଆବଶ୍ୟକ ରହିଛି ବୋଲି ନର୍ଡପାସ୍ ପରାମର୍ଶ ଦେଇଛି ।
ଅଧିକାଂଶ ବ୍ୟବହୃତ ପାସୱାର୍ଡ :
ଭାରତରେ ୨୦୨୨ ମସିହାରେ ସର୍ବାଧିକ ବ୍ୟବହୃତ ପାସୱାର୍ଡ ହେଉଛି ‘password’। ରିପୋର୍ଟରେ କୁହାଯାଇଛି ଯେ ଏହି ପାସୱାର୍ଡକୁ ୧ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ହ୍ୟାକ୍ କରାଯାଇପାରିବ । ସେହିପରି, ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ପାସୱାର୍ଡ ହେଉଛି ‘୧୨୩୪୫୬’ ଏବଂ ଏହା ମଧ୍ୟ ସହଜରେ ହ୍ୟାକ୍ ହୋଇପାରିବ । ଯଦିଓ ଫ୍ରାନ୍ସ ଏବଂ ବ୍ରିଟେନରେ ଅଧିକାଂଶ ଡାଟା ଲିକ୍ ହୋଇଥିବା ରିପୋର୍ଟ ହୋଇଛି।
ଭାରତର ସବୁଠାରୁ ଲୋକପ୍ରିୟ ଟପ୍ ୧୦ ପାସୱାର୍ଡର ତାଲିକା :
password
123456
12345678
bigbasket
123456789
pass@123
1234567890
anmol123
abcd1234
googledummy
ପାସୱାର୍ଡ ତିଆରି କରିବାବେଳେ ଏହି ଦିଗ ପ୍ରତି ଧ୍ୟାନ ରଖନ୍ତୁ :
ଆପଣଙ୍କ ଡିଜିଟାଲ ଆପ୍ଲିକେସନ, ସୋସିଆଲ ମିଡିଆ ପାଇଁ ପାସୱାର୍ଡ ତିଆରି କରିବାବେଳେ କିଛି ଦିଗ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର ପାସୱାର୍ଡ ଅତିକମରେ ଗୋଟିଏ ସ୍ପେଶାଲ କ୍ୟାରେକ୍ଟର ଧାରଣ କରିବା ଜରୁରୀ । ଏହା ବ୍ୟତୀତ, ସ୍ଥିର କରନ୍ତୁ ଯେ ପାସୱାର୍ଡରେ କେବଳ ଅକ୍ଷର କିମ୍ବା କେବଳ ସଂଖ୍ୟା ନରଖି ଉଭୟକୁ ପାସୱାର୍ଡ ଗଠନ ପାଇଁ ଏକତ୍ର କରାଯିବା ଉଚିତ । ଯଦି ଆପଣଙ୍କର ପାସୱାର୍ଡ ଭୁଲିଯିବାର ଅଭ୍ୟାସ ଅଛି, ଭବିଷ୍ୟତ ବ୍ୟବହାର ପାଇଁ ସେଭ୍ କରିବାକୁ ଆପଣ ପାସୱାର୍ଡ ମ୍ୟାନେଜର୍ ଆପ୍ସର ସାହାଯ୍ୟ ନେଇପାରିବେ ।
