କୋଲକାତାରେ ଚାରିହଜାର କୋଟିରୁ ଅଧିକ ବ୍ୟାଙ୍କ ଠକେଇ , ଦେଶସାରା ସିବିଆଇର ଚଢ଼ାଉ
କୋଲକାତା : କେନ୍ଦ୍ରୀୟ ଯାଂଚ ବ୍ୟୁରୋ(ସିବିଆଇ) କୋଲକାତାର ଏକ ପ୍ରାଇଭେଟ୍ କମ୍ପାନୀ ବିରୋଧରେ ଏକ ବ୍ୟାଙ୍କରୁ କଥିତ ରୂପେ ଚାରିହଜାର କୋଟି ଟଙ୍କାର ଠକେଇ କରିବା ମାମଲା ଦର୍ଜ କରାଯାଇଛି । ସୂତ୍ର ମୁତାବିକ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ(ୟୁବିଆଇ) କାରପୋରେଟ ପାୱାର ଲିମିଟେଡ ଏବଂ ଏହାର ନିର୍ଦ୍ଦେଶକ, ପ୍ରମୋଟର ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଦର୍ଜ କରାଯାଇଛି । କମ୍ପାନୀ ବିରୋଧରେ ୪୦୩୭.୮୭ କୋଟିର ଧୋଖାଧଡ଼ିର ଅଭିଯୋଗ ଲଗାଯାଇଛି । ଏହି ମାମଲାରେ ସିବିଆଇ ଶୁକ୍ରବାର ଦିନ ଦେଶସାରା ୧୬ ଜାଗାରେ ଚଢ଼ାଉ କରାଯାଇଛି । ଏଥିରୁ ମୁମ୍ବାଇ, ନାଗପୁର, କୋଲକାତା, ରାଂଚି, ଦୁର୍ଗାପୁର, ବିଶାଖାପଟନମ୍ ଏବଂ ଗାଜିୟାବାଦରେ ତଲାଶୀ ଅଭିଯାନ ଚାଲିବାର ସୂଚନା ଅଛି ।
