ରାଜ୍ୟରେ ଗତ ୨୪ ଘଂଟାରେ ୫ ହଜାରରୁ ଅଧିକ କରୋନା ଟେଷ୍ଟ
ଭୁବନେଶ୍ୱର : ରାଜ୍ୟରେ କରୋନାର ନୁଆ ମାମଲା ଲଗାତର ଭାବରେ କମିଚାଲିଛି । କରୋନା ଟେଷ୍ଟ କରିବା ପ୍ରକ୍ରିୟା ମଧ୍ୟ ପ୍ରତିଦିନ ଜାରି ରହିଛି । ଗତ ୨୪ ଘଂଟାରେ ପୁରା ରାଜ୍ୟରେ ସମୁଦାୟ ୫ ହଜାର ୯୫୬ ଜଣଙ୍କର କରୋନା ଟେଷ୍ଟ କରାଯାଇଅଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ସୂଚନା ଅନୁସାରେ ଶୁକ୍ରବାର ସକାଳ ସୁଦ୍ଧା ସମୁଦାୟ କରୋନା ଟେଷ୍ଟ ୩ କୋଟି ୪୩ ଲକ୍ଷ ୧୬ ହଜାର ୫୭୭ ରେ ପହଂଚିଛି ।
