ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ : ୨ କୋଟିରୁ ଉର୍ଦ୍ଧ୍ୱ ଲୋକ ନେଲେଣି ପ୍ରଥମ ଡୋଜ୍
ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ଟିକାକରଣ ଦ୍ରୁତଗତିରେ ଜାରି ରହିଛି । ସଂକ୍ରମଣକୁ ରୋକିବା ଦିଗରେ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡିଶା । ରାଜ୍ୟରେ ୨ କୋଟି ଲୋକ କରୋନାର ପ୍ରଥମ ଡୋଜ ଟିକା ନେଇସାରିଲେଣି ।
Crossing another milestone in the fight against #COVID19, #Odisha has covered more than 2 Cr persons with 1st dose of #COVID19Vaccine.
— H & FW Dept Odisha (@HFWOdisha) September 17, 2021
Commend the hardwork & commitment of our health team & people of Odisha for their support in the fight against COVID19. @CMO_Odisha #OdishaCares
ରାଜ୍ୟର ସ୍ବାସ୍ଥ୍ୟ କର୍ମୀଙ୍କ କଠୋର ପରିଶ୍ରମ ଏବଂ ପ୍ରତିଶ୍ରୁତିବଦ୍ଧତା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହା ସହିତ ରାଜ୍ୟବାସୀଙ୍କ ଅକୁଣ୍ଠ ସହଯୋଗ ଦ୍ବାରା ଟିକାକରଣ ଜାରି ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨ କୋଟି ୬୭ ଲକ୍ଷରୁ ଉର୍ଦ୍ଧ୍ବ ଟିକାକରଣ ସରିଛି । ଆଗାମୀ ଦିନରେ ରାଜ୍ୟରେ ଟିକାକରଣ ଆହୁରି ତ୍ବରାନ୍ବିତ କରାଯିବ ନେଇ ସୂଚନା ଜାରି ହୋଇଛି ।
