ବାତ୍ୟା ‘ଜୱାଦ’ ଯୋଗୁଁ ବାତିଲ ହେଲା ୧୦୦ରୁ ଅଧିକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ
ନୂଆଦିଲ୍ଲୀ : ଏବେ ସାରା ଦେଶରେ ଏକ ନୂଆ ବାତ୍ୟାର ଆଶଙ୍କା ଦେଖାଦେଇଛି । ତୌକ୍ତେ ଏବଂ ୟାସ ବାତ୍ୟା ପରେ ବର୍ତ୍ତମାନ ବାତ୍ୟା ଜୱାଦ ଦେଶ ପାଇଁ ଅନେକ ବଡ ସମସ୍ୟା ସୃଷ୍ଟି କରିପାରେ । ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗର ସୂଚନାନୁସାରେ, ବଙ୍ଗୋପସାଗରରେ ନିମ୍ନ ଚାପ ଅବପାତ ବର୍ତ୍ତମାନ ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ଗତି କରୁଛି ।
ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଯେଉଁଥିପାଇଁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି । ବାତ୍ୟା ଜୱାଦର ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ୧୦୦ ରୁ ଅଧିକ ଟ୍ରେନ୍ ବାତିଲ କରିବାକୁ ଘୋଷଣା କରିଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ଭାରତୀୟ ରେଳବାଇ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନାହିଁ । ଏହି କାରଣରୁ ରେଳବାଇ ଟ୍ରେନ୍ ବାତିଲ୍ କରିବା ଜରୁରୀ ବୋଲି ଭାବିଛି ।
ବାତ୍ୟା ଜୱାଦ ଯୋଗୁଁ ବାତିଲ ହୋଇଥିବା ଟ୍ରେନର ସମ୍ପୂର୍ଣ୍ଣ ତାଲିକା :
ରେଳବାଇ ସୂତ୍ର ଅନୁଯାୟୀ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶକୁ ଲାଗିଥିବା ସମସ୍ତ ରେଳ ଜୋନକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୯୫ ମେଲ ଏବଂ ଏକ୍ସପ୍ରେସ ଟ୍ରେନଗୁଡିକ ୩ ଏବଂ ୪ ଡିସେମ୍ବର ପାଇଁ ବାତିଲ ହୋଇଛି । ବାତ୍ୟା ଯୋଗୁଁ ବାତିଲ ହୋଇଥିବା ଟ୍ରେନ୍ ବିଷୟରେ ଅଧିକ ସୂଚନା ପାଇଁ ଆପଣ ରେଳବାଇ ହେଲ୍ପଲାଇନ ନମ୍ବର ୧୩୯ ସହିତ ଯୋଗାଯୋଗ କରିପାରିବେ ।
