ରାଜ୍ୟକୁ ଶୀଘ୍ର ଆସିବ ମୌସୁମୀ, ୪୮ ଘଣ୍ଟାରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ
Kannur: Monsoon clouds hover over Kannur, Kerala on June 10, 2016. (Photo: IANS)
ଭୁବନେଶ୍ୱର : ରାଜ୍ୟକୁ ଶୀଘ୍ର ଆସିବ ମୌସୁମୀ। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ଜଣାପଡ଼ିଛି । ମୌସୁମୀ ଛୁଇଁବା ପାଇଁ ପାଗ ଅନୁଭୂଳ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ନେଇ ୨୦ ଜିଲାକୁ ହଳଦିଆ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ପ୍ରବଳ ବର୍ଷା ହେବ।
ସୂଚନା ଯେ, ମୌସୁମୀକୁ ବାଟ କଢାଇବାରେ ସହାୟକ ହେବ କାଳବୈଶାଖୀ। ୮,୯, ୧୦ ତାରିଖରେ ପଶ୍ଚିମ ଓଡିଶାରେ ହେବ ଗ୍ରୀଷ୍ମ ପ୍ରବାହ। ବରଗଡ, ବଲାଙ୍ଗୀର ଓ ନୂଆପଡାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଏହି ସମୟରେ ୪୦ ରୁ ୪୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ। ୫ ଦିନ ଗରମ ଓ ଗୁଳୁଗୁଳିରେ ଓଡିଶାବାସୀ ଛଟପଟ ହେବେ।
