ମନି ଲଣ୍ଡରିଂ : ଶିବସେନା ସାଂସଦ ଭାବନା ଗାୱଲୀଙ୍କୁ ଇଡ଼ିର ନୋଟିସ
ମୁମ୍ବାଇ : ୱାଶିମ୍ ଜିଲ୍ଲାରେ ଅବସ୍ଥିତ ବାଣିଜ୍ୟିକ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆର୍ଥିକ ଅନିୟମିତତା ସମ୍ପର୍କରେ ପଚରାଉଚୁରା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଶନିବାର ଯବତମାଳ-ୱାଶିମ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଶିବସେନା ସାଂସଦଙ୍କୁ ସମନ ଜାରି କରିଛନ୍ତି । ଗାଓଲୀଙକୁ ୨୪ ନଭେମ୍ବରକୁ ପଚରା ଉଚୁରା ପାଇଁ ଇଡ଼ି ମୁମ୍ବାଇସ୍ଥିତ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି । ମନି ଲଣ୍ଡରିଂ ଏଙ୍ଗେଲରୁ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲା ଯାଂଚ କରୁଛି ।
ସୂତ୍ରରୁ ପ୍ରକାଶ ଯେ, ସାଂସଦ ଗାଓଲିଙ୍କ ଶିକ୍ଷାଗତ ତଥା ବାଣିଜ୍ୟିକ ଅନୁଷ୍ଠାନରେ କୋଟି କୋଟି ଟଙ୍କା ଆର୍ଥିକ ଅନିୟମିତତା ସମ୍ପର୍କରେ ବିଜେପି ରାଜ୍ୟ ଉପାଧ୍ୟକ୍ଷ ଡକ୍ଟର କିରିଟ ସୋମେୟା ଅଭିଯ୍ଧୋଗ କରିଛନ୍ତି । ଏହାକୁ ଆଧାର କରି ଇଡ଼ି ୱାଶିମରେ ଭାବନା ଗାଓଲୀଙ୍କ ବ୍ୟବସାୟ ତଥା ଶିକ୍ଷାନୁଷ୍ଠାନ ଉପରେ ଚଢ଼ାଉ କରି ତାଙ୍କ ସହାୟକ ସୟିଦଙ୍କୁ ଗିରଫ କରିଥିଲା । ସାଂସଦ ଗାଓଲିଙ୍କ ସହକାରୀ ସୟିଦ ବର୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି ।
