କୁଲଗାମରେ ସଂଘର୍ଷ : ଜଣେ ଆତଙ୍କବାଦୀର ମୃତ୍ୟୁ
କୁଲଗାମ : ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ଅଶମୁଜୀ ଅଂଚଳରେ ଶନିବାର ମଧ୍ୟାହ୍ନରେ ହୋଇଥିବା ମୁହାଁମୁହିଁ ସଂଘର୍ଷରେ ସୁରକ୍ଷାବଳ ଜଣେ ଆତଙ୍କବାଦୀକୁ ମାରିଛନ୍ତି । ସଂଘର୍ଷ ଏବେ ଜାରି ଅଛି ।
ସରକାରୀ ସୂତ୍ର ଅନୁଯାୟୀ ଶନିବାର ମଧ୍ୟାହ୍ନରେ କୁଲଗାମ ପୋଲିସ୍କୁ ଜିଲ୍ଲାର ଅଶମୁଜୀ ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତିର ଗୁପ୍ତ ସୂଚନା ମିଳିଥିଲା । ସୂଚନା ମିଳିବା ପରେ ସେନା, ସିଆରପିଏଫ୍ ଏବଂ ଏସ୍ଓଜିର ଏକ ସଂଯୁକ୍ତ ଦଳ ପୁରା ଅଂଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସୀ ଅଭିଯାନୀ ଆରମ୍ଭ କରିଥିଲେ । ଏହି ସମୟରେ ଅଂଚଳରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାବଳଙ୍କ ପାଖକୁ ଆସିବାର ଦେଖି ସେମାନଙ୍କ ଉପରେ ଗୁଳିଚାଳନା ଆରମ୍ଭ କରିଦେଲେ, ଯାହାପରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ସଂଘର୍ଷର ଆରମ୍ଭରେ ସୁରକ୍ଷାକର୍ମୀ ଜଣେ ଆତଙ୍କବାଦୀଙ୍କୁ ମାରିଛନ୍ତି । ସଂଘର୍ଷ ବର୍ତମାନ ପର୍ଯ୍ୟନ୍ତ ଜାରି ଅଛି । ସଂଘର୍ଷସ୍ଥଳରେ ଏବେ ପର୍ଯ୍ୟନ୍ତ ଆହୁରି ଅନେକ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି ।
