ମୋବାଇଲ ଚୋରି : ବନ୍ଜାରା ଗିରଫ
କଟକ : ମୋବାଇଲ ଛିନ୍ତାଇ ଅଭିଯୋଗରେ ଜଗତପୁର ଥାନା ପୋଲିସ ଜଣେ ବନ୍ଜାରାକୁ ଗିରଫ କରିବା ସହ ତା ନିକଟରୁ ୨ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ଜାମେରିଆ ଥାନା ଅନ୍ତର୍ଗତ ଖାସକେଣ୍ଡାର ମୂଳବାସିନ୍ଦା ତଥା ଜଗତପୁର ଗୋଲେଇଛକରେ ରହୁଥିବା ଅଜୟ ସିଂହ(୨୫) । ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ନିକିରେଇ ଥାନା ଅନ୍ତର୍ଗତ ଇନ୍ଦୁପୁରର ଗୈାରାଙ୍ଗ ଜେନା ସ୍ଥାନୀୟ ପଣ୍ଡାସାହିରେ ରୁହନ୍ତି । ଗତକାଲି ସନ୍ଧ୍ୟାରେ ସେ ଜଗତପୁର ଗୋଲେଇ ଛକରେ ଅଟୋକୁ ଅପେକ୍ଷା କରିଥିଲା ବେଳେ ତାଙ୍କ ମୋବାଇଲରେ ଭିଡିଓ ଦେଖୁଥିଲେ । ଏହି ସମୟରେ ଜଣେ ଯୁବକ ହଠାତ୍ ତାଙ୍କ ମୋବାଇଲ ଛଡାଇ ନେଇ ଦୈାଡି ପଳାଇଥିଲା । ଏନେଇ ସେ ଗତକାଲି ଥାନାରେ ଅଭିଯୋଗ କରିଥିଲେ । ଆଜି ଅଭିଯୁକ୍ତ ଜଗତପୁର ଶୈାଚାଳୟ ନିକଟରେ ୨ଟି ମୋବାଇଲ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିବା ବେଳେ ଗୁପ୍ତ ସୂଚନା ପାଇ ପୋଲିସ ଚଢଉ କରିଥିଲା । ଅଭିଯୁକ୍ତ ମୋବାଇଲ ଲୁଟ କରିଥିବା ସ୍ୱୀକାର କରିବା ସହ ଅନ୍ୟ ଏକ ମୋବାଇଲ ଗୋଟିଏ ଟ୍ରକରୁ ଚୋରି କରିଥିବା କହିଥିଲା । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
