ଶ୍ରୀମନ୍ଦିର ଚାରିପଟେ ମୋବାଇଲ୍ ଜାମର ଲଗାଯାଉ
ପୁରୀ : ଶ୍ରୀମନ୍ଦିର ଭିତରେ ଏବଂ ଉପରେ ବାରମ୍ବାର ବିଭିନ୍ନ ପ୍ରକାର ନୂତନ କୌଶଳ ଅବଲମ୍ବନରେ ଫଟୋ ଉତ୍ତୋଳନ ଓ ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରାଇବାରେ କିଛି ଯୁବକ ସଫଳ ହେଉଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଆଂଚ ଆସିଛି । ଭାରତୀୟ ଗୁଇନ୍ଦା ସଂସ୍ଥା ଶ୍ରୀମନ୍ଦିର ପ୍ରତି ବିପଦ ରହିଛି ବୋଲି ବାରମ୍ବାର ସୂଚାଇ ଦେଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଯାଉନଥିବା ଅଭିଯୋଗ ହେଉଛି । ମେଘନାଦ ପାଚେରୀ ଚାରିପଟେ ଏପରି ବ୍ୟବସ୍ଥା କରାଯାଉ ଯାଦ୍ୱାରା କୌଣସି ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାର ପ୍ରସ୍ତୁତ ଯନ୍ତ୍ରପାତି ଲଗାଇ ଏହା ରୋକିବାକୁ ବ୍ୟବସ୍ଥା କରାଯିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।
