ଆସନ୍ତାକାଲି ଠାରୁ ଆରମ୍ଭ ହେବ ମୋ ବସ ସେବା
- ପ୍ରଥମ ପର୍ଯ୍ୟାୟରେ ୧୬ଟି ରୁଟରେ ୮୯ଟି ବସ ଚାଳାଚଳ ପାଇଁ ନିସ୍ପତ୍ତି
ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ଲକଡାଉନ ଯୋଗୁଁ ମୋ ବସ ସେବା ବନ୍ଦ ହୋଇଥିଲା। ବର୍ତ୍ତମାନ କରୋନା ସଂକ୍ରମଣ କମିଥିବାରୁ ସୋମବାର ଠାରୁ ଆରମ୍ଭ ହେବ ମୋ ବସ ସେବା । ଏହି ପରିପ୍ରେକ୍ଷୀରେ ରବିବାର ବସଗୁଡ଼ିକୁ ସାନିଟାଇଜ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ସୋମବାର ଠାରୁ ୧୬ଟି ରୁଟରେ ୮୯ ଟି ବସ ଚାଳାଚଳ ପାଇଁ ନିସ୍ପତ୍ତି ନେଇଛି କ୍ରୁଟ। କୋଭିଡ ଗାଇଡ ଲାଇନ ଅନୁଯାୟୀ ବସ ଚଳାଚଳ ହେବ । ବିନା ମାସ୍କରେ ବସରେ ପାସେଞ୍ଜରଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ସିଟ ଅନୁଯାୟୀ ପାସେଞ୍ଜର ଯିବେ । ଠିଆ ହୋଇଯିବା ପାଇଁ ପାସେଞ୍ଜରଙ୍କୁ ଅନୁମତି ନାହିଁ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି
ସୂଚନା ଯେ, ଗତ ମେ ମାସ ୧୯ରୁ ମୋ ବସ ସେବା ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିଲା । କେବଳ କିଛି ବସ ଜରୁରୀକାଳୀନ ସେବା ପାଇଁ ଚାଲୁଥିବା ବେଳେ ଆଉ ସମସ୍ତ ବସ ଡିପୋରେ ରହିଥିଲା । ଏପଟେ ବସ ସେବା ବନ୍ଦ ରହିଥିବାରୁ ଅନେକ ଯାତ୍ରୀ ମଧ୍ୟ ହଇରାଣ ହେଉଥିଲେ । ବସ ଚଳାଚଳ ହେଲେ ପୁଣି ସୁବିଧା ହେବ ବୋଲି ଯାତ୍ରୀ କହିଛନ୍ତି । ଅନ୍ୟପଟେ ଯାତ୍ରୀଙ୍କ ସୁରକ୍ଷା ପାଇଁ ବସଗୁଡ଼ିକୁ ବାରମ୍ବାର ସାନିଟାଇଜ କରି ରଖିବା ଚଲାଇବାକୁ ମଧ୍ୟ ଯାତ୍ରୀ ଦାବି କରିଛନ୍ତି । କେବଳ ମୋ ବସ ନୁହେଁ ଆସନ୍ତାକାଲି ଠାରୁ ଘରୋଇ ବସ ସେବା ମଧ୍ୟ ଆରମ୍ଭ ହେଉଛି । ତେବେ କୋଭିଡ ଗାଇଡ ଲାଇନ ଅନୁଯାୟୀ ବସ ଚଳାଚଳ ହେବ ବୋଲି ଜଣାପଡିଛି।
