କମ୍ପାନୀ ଛକରେ ଫୁଟବ୍ରିଜର ଶିଳାନ୍ୟାସ କଲେ ବିଧାୟକ
ବାଲେଶ୍ଵର : ବାଲେଶ୍ଵର ଜିଲା ରେମୁଣା ନିର୍ବାଚନ ମଣ୍ଡଳୀର ଗୁଡ଼ ପଂଚାୟତର କମ୍ପାନୀ ଛକରେ ଏକ ଫୁଟ ବ୍ରିଜ ପାଇଁ ସ୍ଥାନୀୟ ଲୋକେ ଦାବି କରିଆସୁଥିଲେ । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବେଳେ ବିଧାୟକ ସୁଧାଂଶୁ ଶେଖର ପରିଡା ପଂଚାୟତବାସୀ ଙ୍କୁ ବ୍ରିଜ ନିର୍ମାଣର ପ୍ରତିଶୃତି ଦେଇଥିଲେ । ଆଜି ବିଧାୟକ ନିଜର ପ୍ରତିଶୃତି ପାଳନ କରିଛନ୍ତି । ୩୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜଳ ସେଚନ ବିଭାଗ ପକ୍ଷରୁ ଏକ ବ୍ରିଜ ନିର୍ମାଣ ଲାଗି ଭୂମି ପୂଜନ ହୋଇ ଯାଇଛି । ଏଥିରେ ବିଧାୟକ ସୁଧାଂଶୁ ଶେଖର ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନବେ ଦିନ ମଧ୍ୟରେ ବ୍ରିଜ ନିର୍ମାଣ କାମ ସରିବ । ଗୁଡ଼, ବର୍ଦ୍ଧନ ପୁର, ଜୟଦେବ କସବା, ପଦ୍ମପୁର ଆଦି ପଂଚାୟତ ର ୫ହଜାର ଲୋକ ଏହି ପୋଲ ନିର୍ମାଣ ହେଲେ ଦୈନିକ ଯାତାୟାତ କରି ପାରିବେ।
ବିଧାୟକ ଏହି ଅବସରରେ ନିଜ ପ୍ରତିକ୍ରିୟା ରେ କହିଛନ୍ତି କି, ପଞ୍ଚାୟତବାସୀ କୋଷ୍ଟ କେନାଲ କୁ ଅତିକ୍ରମ କରିବାକୁ ଅଶୁଵିଧା ଭୋଗ କରୁଥିଲେ । ତେଣୁ ସେମାନଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କ ଙ୍କ ନିକଟରେ ଉପସ୍ଥାପନ କରିଥିଲି । ମୁଖ୍ୟମନ୍ତ୍ରୀ ପର୍ଯ୍ୟାୟ କ୍ରମେ କୋଷ୍ଟ କେନାଲର ଚାରୋଟି ସ୍ଥାନରେ ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ଅର୍ଥ ମଂଜୁର କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତି ଯେତେ କୃତଂଜ୍ଞତା ପ୍ରକାଶ କଲେ ମଧ୍ୟ ତାହା କମ ପଡିବ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଗୁଡ଼ ପଂଚାୟତରେ ମେଗା ପାନୀୟ ପ୍ରକଳ୍ପ, ପକ୍କା ରାସ୍ତା ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନାରେ ଚାରିକୋଟି ଟଙ୍କା ବ୍ୟୟ ରେ ନୂତନ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଂଜୁର କରିଛନ୍ତି । ପ୍ରସ୍ତାବିତ ଫୁଟ ବ୍ରିଜ କମ୍ପାନୀ ଛକ ରୁ ବାଗ ମୁଣ୍ଡା ଗାଁ କୁ ସଂଯୋଗ କରିବ । ଭୂମି ପୂଜନ କାର୍ଯ୍ୟକ୍ରମରେ ଗୁଡ଼ ପଞ୍ଚାୟତର ସମିତି ସଭ୍ୟ ମାମୁନି ଜେନା, ପଞ୍ଚାୟତ ବିଜେ ଡ଼ି ସଭାପତି ସୁଶୀଲ ପଟ୍ଟନାୟକ। ବିଜେଡି ଯୁବ ନେତା ଅପୁ ପାତ୍ର, ବିକାଶ ଜେନା ନିଳେନ୍ଦୁ ଦାସ, ମହେଶ୍ୱର ମହାନ୍ତି, ମୁଷୁ ରାମ ମୁର୍ମୁ, ହିଡି ଗାଁ ର ସମିତି ସଭ୍ୟା ରବିନ୍ଦ୍ର ସିଟ,ରଣ ସାହି ସରପଞ୍ଚ ସୂର୍ଯ୍ୟ କାନ୍ତ ବେହେରା ଓ ଦଳୀୟ ସମର୍ଥକମାନେ ଉପସ୍ଥିତ ରହିଥିଲେ ।
