ବିଧାୟକ ସ୍ୱରୂପ ଦାସ ହେଲେ ବିର୍ଲା ଟାୟାର୍ସ ଏମ୍ପେ୍ଲାଇଜ୍ ଏଣ୍ଡ ୱାର୍କର୍ସ ୟୁନିୟନ୍ର ସଭାପତି
- ବିଷ୍ଣୁ ପ୍ରସାଦ ମହାନ୍ତି, ରଞ୍ଜନ ବାଗ ଏବଂ ରଞ୍ଜନ ପ୍ରଧାନଙ୍କୁ ସଂଘର ସୁପରିଚାଳନା ପାଇଁ ଉପଦେଷ୍ଟା
ବାଲେଶ୍ୱର : ବାଲେଶ୍ୱର ମଲ୍ଲିକାଶପୁର ସ୍ଥିତ ୰ ଅରୁଣ ଦେଙ୍କ ବାସଭବନ ପରିସରରେ ମଙ୍ଗଳବାର ବିର୍ଲା ଟାୟାର୍ସ ଏମ୍ପେ୍ଲାଇଜ୍ ଏଣ୍ଡ ୱାର୍କର୍ସ ୟୁନିୟନ୍ର କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ଡ. ବାସନ୍ତୀ ଦେ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ, ୰ ଦେ ଏହି ୟୁନିୟନ୍ର ସଭାପତି ଭାବରେ ଦୀର୍ଘବର୍ଷ ଧରି କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । ତାଙ୍କର ପରଲୋକରେ ପ୍ରାରମ୍ଭରେ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇ ପରବର୍ତ୍ତୀ ସଭାପତି ପଦ ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା । ସଂଘର ସାଧାରଣ ସମ୍ପାଦକ ଶରତ କୁମାର ଦାସ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସଙ୍କ ନାମ ସଭାପତି ପଦ ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏ ବିଷୟରେ ଉପସ୍ଥିତ ସଦସ୍ୟମାନେ ଆଲୋଚନା କରି ଶ୍ରୀ ଦାସଙ୍କ ନାମକୁ ସର୍ବସମ୍ମତ କ୍ରମେ ସଭାପତି ଭାବରେ ଗ୍ରହଣ କରିଥିଲେ । ସେହିପରି ବିଷ୍ଣୁ ପ୍ରସାଦ ମହାନ୍ତି, ରଞ୍ଜନ ବାଗ ଏବଂ ରଞ୍ଜନ ପ୍ରଧାନ ପ୍ରମୁଖଙ୍କୁ ସଂଘର ସୁପରିଚାଳନା ପାଉଁ ଉପଦେଷ୍ଟା ଭାବରେ ସର୍ବସମ୍ମତରେ ଗ୍ରହଣ କରାଯାଇଥିଲା । ଆଇନ୍ ପରାମର୍ଶଦାତା ଭାବରେ ଆଇନଜୀବୀ ଜୟନ୍ତ ମହାନ୍ତି ଏବଂ ଐଶ୍ୱର୍ଯ୍ୟ ସେନାପତିଙ୍କୁ ମଧ୍ୟ ବୈଠକରେ ଗ୍ରହଣ କରାଯାଇଥିଲା ।
ବିର୍ଲା ଟାୟାର୍ସ କାରଖାନାର ସାମ୍ପ୍ରତ୍ତିକ ସମସ୍ୟା ଉପରେ ନବନିର୍ବାଚିତ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ସାଧରଣ ସଭା ଆସନ୍ତା ୧୯ ତାରିଖ ଗୁରୁବାର ସ୍ଥାନୀୟ ଏକ ଘରୋଇ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ପିତାମ୍ବର ମହାପାତ୍ର, ଭୋଳାନାଥ ବେହେରା, ଶରତ ଦାସ, ମନ୍ମତ ତରେଇ, ତ୍ରିଲୋଚନ ବାରିକ, ଲକ୍ଷ୍ମୀଧର ଗିରି, ନିରଞ୍ଜନ ସାହୁ, ବିରେନ୍ଦ୍ର ଦାସ, ପ୍ରଦୀପ ବଳ, ଚନ୍ଦନ କୁମାର ପାତ୍ର, ଚନ୍ଦନ କୁମାର ପାତ୍ର, ଆଶିଷ କୁମାର ଦାସ, ପରମେଶ୍ୱର ମହାନ୍ତି, ସେକ୍ ନିୟାଜୁଦ୍ଦିନ୍, ଚିତ୍ତରଞ୍ଜନ ଦତ୍ତ, କୈଳାସ ଚନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ଦାଶ ପ୍ରମୁଖ କାର୍ଯ୍ୟକାରୀ କମିଟିର ସଦସ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
