ସାଳନ୍ଦୀ ନଦୀରେ ବୁଡ଼ି ନିଖୋଜ ଘଟଣା : ଜଣେ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର, ଆଉ ଜଣଙ୍କ ମିଳୁନି ପତ୍ତା
ସୋର: ସାଳନ୍ଦୀ ନଦୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ ଘଟଣାରେ ମିଳିଲା ଜଣେ କାଉଡ଼ିଆଙ୍କ ମୃତଦେହ । ବହୁ ଖୋଜାଖୋଜି କରିବାର ୨୨ ଘଣ୍ଟା ପରେ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଦମକଳବାହିନୀ। ଉଦ୍ଧାର ହୋଇଥିବା କାଉଡ଼ିଆ ହେଲେ ସାନଜୟୀପୁର ଗ୍ରାମର ସୁବ୍ରତ ମହାକୁଡ଼, ଅନ୍ୟ ଜଣେ କାଉଡ଼ିଆ ଏବେବି ନିଖୋଜ ଅଛନ୍ତି।
ସୂଚନା ଯେ, ଖଇରା ବ୍ଲକ ବରଦା ନିକଟସ୍ଥ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ଗତ ସୋମବା ବରଦା ପୋଲ ଉପରେ ସାଳିନ୍ଦୀ ନଦୀରେ ଭାସି ଯାଇଥିବା ୨ କାଉଡ଼ିଆ ନିଖୋଜ ଥିବା ବେଳେ ଆଜି ସକାଳେ ଓଡ୍ରାଫ୍ ଟିମ୍ ସାଳନ୍ଦୀ ନଦୀରୁ ଦୁହିଁଙ୍କୁ ଉଦ୍ଧାର କରିଛି ।
