ଦୁଷ୍କର୍ମ ମାମାଲା : ରୋନାଲ୍ଡୋଙ୍କୁ କୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି
ନୂଆଦିଲ୍ଲୀ : ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ବଡ ଆଶ୍ୱସ୍ତି । ଏକ ଦୁଷ୍କର୍ମ ମାମାଲାରେ ତାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି । ୧୨ ବର୍ଷ ତଳେ ଜଣେ ମହିଳା ରୋନାଲ୍ଡୋଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥିଲେ । ଯାହା ପରେ ଦୀର୍ଘ ବର୍ଷ ଧରି ମାମଲା କୋର୍ଟରେ ଚାଲିଥିଲା । ତେବେ ଆମେରିକାର ଏକ କୋର୍ଟ ମାମଲାରୁ ଷ୍ଟାର୍ ପୁଟବଲରଙ୍କୁ ମୁକ୍ତ କରିଛନ୍ତି ।
କ୍ୟାଥରିନ୍ ମେୟୋରଗା ନାମକ ଜଣେ ମହିଳା ଦାବି କରିଥିଲେ ଯେ, ୨୦୦୯ରେ ଲସ୍ ଭେଗାସରେ ତାଙ୍କୁ ରୋନାଲ୍ଡୋ ଦୁଷ୍କର୍ମ କରିଥିଲେ । ଏହି ଅଭିଯୋଗକୁ ରୋନାଲ୍ଡୋ ଖଣ୍ଡନ କରିଥିଲେ । ଏହାସହ କ୍ୟାଥରିନ୍ ରୋନାଲ୍ଡୋଙ୍କ ଠୁ ୩୭୫ ହଜାର ଡଲାର କ୍ଷତିପୂରଣ ମାଗିଥିଲେ । ପରେ ମାମଲା କୋର୍ଟରେ ପହଁଚିଥିଲା । ଏବେ କୋର୍ଟ ମାମଲାରେ ରାୟ ଶୁଣାଇଛନ୍ତି । ୪୨ ପୃଷ୍ଠାର ନିର୍ଦ୍ଦେଶନାମାରେ କୋର୍ଟ କହିଛନ୍ତି ଯେ, କ୍ୟାଥରୀନଙ୍କ ଓକିଲ ନିୟମ ଅନୁସାରେ କୌଣସି ମାମଲା ଲଢି ନାହାଁନ୍ତି । ଅଭିଯୋଗର ପ୍ରକ୍ରିୟା ଠିକ୍ ନୁହେଁ । ମାମଲାକୁ ଆଗକୁ ବଢାଯାଇ ପାରିବ ନାହିଁ । ଏହାସହ କୋର୍ଟ ମାମଲାକୁ ରବ୍ଦ କରିଦେଇଥିଲେ । ୨୦୧୯ରେ ମଧ୍ୟ କୋର୍ଟ ରୋନାଲ୍ଡୋଙ୍କ ବିରୋଧରେ କେବଳ ସନ୍ଦେହ ଆଧାରରେ ମାମଲା ରୁଜୁ କରାଯାଇପାରିବ ନାହିଁ ବୋଲି କହିଥିଲେ । ସୂଚନା ଯେ, ରୋନାଲ୍ଡୋ ହେଉଛନ୍ତି ବିଶ୍ୱର ଜଣେ ଶ୍ରେଷ୍ଠ ଫୁଟବଲର । କିଛିଦିନ ପୂର୍ବରୁ ସେ ନିଜର ପୁରୁଣା କ୍ଲବ୍ ମାେଂଚଷ୍ଟର୍ ୟୁନାଇଟେଡକୁ ଫେରିଥିଲେ ।
