ଇଞ୍ଜିନିୟରିଂ ପାଠ୍ୟକ୍ରମ ଗାଇଡଲାଇନରେ ସାମାନ୍ୟ ସଂଶୋଧନ
ନୂଆଦିଲ୍ଲୀ : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଗଣିତ ଓ ପଦାର୍ଥ ବିଜ୍ଞାନ ବାଧ୍ୟତାମୂଳକ ନୁହେଁ ବୋଲି ଜାରି ହୋଇଥିବା ଗାଇଡଲାଇନରେ ସାମାନ୍ୟ ସଂଶୋଧନ କରାଯାଇଛି। ଏଣିକି ସବୁ ଇଞ୍ଜିନିୟରିଂ କୋର୍ସ ନୁହେଁ ବରଂ ଏକ ତୃତୀୟାଂଶ ଇଞ୍ଜିନିୟରିଂ କୋର୍ସରେ ନାଁ ଲେଖାଇବା ପାଇଁ ଆଉ ଦ୍ୱାଦଶ ଶ୍ରେଣୀରେ ଗଣତି ପଢ଼ିବା ବାଧ୍ୟତାମୂଳକ ନୁହେଁ। ଆର୍କିଟେକଚର, ବାୟୋଟେକ୍ନୋଲଜି ଓ ଫ୍ୟାଶନ ଟେକ୍ନୋଲଜି ଭଳି ଇଞ୍ଜନିଂୟରିଂ ପାଠ୍ୟକ୍ରମର ଏକ ତୃତୀୟାଂଶ ବିଷୟବସ୍ତୁ ପାଇଁ ଏହି ନିମୟ ଲାଗୁ ହେବ। ଅଳ ଇଣ୍ଡିଆ କାଉନ୍ସିଲ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ପକ୍ଷରୁ ଏହି ଘୋଷଣା କରାଯାଇଛି।
୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ଏଆଇସିଟିଇ କହିଛି ଯେ କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଓ ଇଲେକଟ୍ରୋନିକ୍ସ ଇଞ୍ଜିନିୟରିଂ ପାଥଁ ମଧ୍ୟ ଦ୍ୱାଦଶ ଶ୍ରେଣୀରେ ରସାୟନ ବିଜ୍ଞାନ ଅପସନାଲ ହୋଇ ରହିବ। ଗାଇଡଲାଇନରେ ୨୯ଟି ଡିପ୍ଲୋମା ଓ ଅଣ୍ଡଗ୍ରାଜ୍ୟୁଏଟ କୋର୍ସ ମଧ୍ୟରୁ ଗଣିତକୁ ୧୦ଟି ବିଷୟ ପାଇଁ ଅପସନାଲ ଭାବେ ରଖାଯାଇଛି। କମ୍ପ୍ୟୁଟର ସାଇନ୍ସ, ଇଲେକଟ୍ରୋନିକ୍ସ, ଇନଫରମେସନ ଟେକ୍ନୋଲଜି, ବାୟୋଲଜି, ବାୟୋ ଟେକ୍ନୋଲଜି, ଟେକ୍ନିକାଲ ଭୋକେସନାଲ ସବଜେଟ, ଅଗ୍ରିକଲଚର, ଇଞ୍ଜିନିୟରିଂ ଗ୍ରାଫିକ୍ସ, ଇନଫରମେଟିକ ପ୍ରାଟିସ ଓ ବିଜନେସ ଷ୍ଟିଜ ପଢ଼ିଥିବା ପିଲାମାନେ ଇଞ୍ଜିନିୟରିଂ କୋର୍ସ କରିପାରିବେ। ୨୦୨୧-୨୨ରେ ଏଆଇସିଟିଇ ସମସ୍ତ ଇଞ୍ଜିନିୟରିଂ କୋର୍ସ ପାଇଁ ଗଣତି ଓ ପଦାର୍ଥ ବିଜ୍ଞାନକୁ ଅପସନାଲ କରିଥିଲା। ଏଥିପାଇଁ ବିଭିନ୍ନ ହମଲରେ ଏହାକୁ ସମାଲୋଚନା କରାଯାଇଛି। ଚଳିତ ବର୍ଷ ଏଆଇସିଟିଇ କେବଳ କିଛି ନିର୍ଦ୍ଦିଷ୍ଟ କୋର୍ସ ପାଇଁ ଗଣତି, ରାସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ ବାଧ୍ୟତାମୂଳକ ନୁହେଁ ବୋଲି କହିଛି।
