ପରିବହନ ବିଭାଗରେ ଅଦଳବଦଳ
ଭୁବନେଶ୍ୱର : ଆଜି ପରିବହନ ବିଭାଗରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୁଚନାନୁସାରେ, ପରିବହନ ବିଭାଗର ଯୁଗ୍ମ କମିଶନର(ସଡ଼କ ସୁରକ୍ଷା) ବିଜୟ କୁମାର ନାୟକଙ୍କୁ ପଦୋନ୍ନତି ଦେଇଛନ୍ତି ସରକାର । ବିଜୟ ହେଲେ ଅତିରିକ୍ତ ପରିବହନ କମିଶନର(ବୈଷୟିକ) । ଡେପୁଟି କମିଶନର(ସାଉଥ ଯୋନ) ଲାଲ ମୋହନ ସେଠୀଙ୍କୁ ପଦୋନ୍ନତି ମିଳିଛି । ବର୍ତ୍ତମାନ ସେ ହେଲେ ପରିବହନ ବିଭାଗର ଯୁଗ୍ମ କମିଶନର(ଟ୍ୟାକ୍ସନ) । ସେହିପରି ସେଣ୍ଟ୍ରାଲ ଜୋନର ଡେପୁଟି କମିଶନର ଥିବା ସଞ୍ଜୟ ବିଶ୍ଵାଳଙ୍କୁ ଅତିରିକ୍ତ ଦାଇତ୍ୱ ଦେଇଛନ୍ତି ସରକାର । ନିଜ ଦାଇତ୍ୱ ସହ ସଂଜୟ ପରିବହନ ବିଭାଗର ଯୁଗ୍ମ କମିଶନର(ସଡ଼କ ସୁରକ୍ଷା) ଦାଇତ୍ୱ ସମ୍ଭାଳିବେ । ସେହିପରି ଭୁବନେଶ୍ୱର ଆରଟିଓ- ୧ ପି. କେ ମହାନ୍ତିଙ୍କୁ ପଦୋନ୍ନତି ମିଳିଛି । ଡେପୁଟି କମିଶନର(ସାଉଥ ଯୋନ) ଭାବରେ ପଦୋନ୍ନତି ଦେଇ ତାଙ୍କୁ ସରକାର ବଦଳି କରିଛନ୍ତି । ଗଂଜାମ ଆରଟିଓ ବିକାଶ ଚୌଧୁରୀ ଭୁବନେଶ୍ୱର ଆରଟିଓ-୧ ଭାବରେ ବଦଳି ହୋଇଛନ୍ତି । ବରଗଡ଼ର ଆରଟିଓ ଥିବା ମାନସ ରଞ୍ଜନ ସାହୁଙ୍କୁ ଗଞ୍ଜାମ ଆରଟିଓ ଭାବେ ବଦଳି କରାଯାଇଛି । ବଡ଼ବିଲର ଅତିରିକ୍ତ ଆରଟିଓ(ଏନ୍ଫୋସମେଣ୍ଟ) ସବୁଆ ମାଝୀଙ୍କୁ ପଦୋନ୍ନତି ଦେଇ ବରଗଡ଼ ଆରଟିଓ ଭାବେ ବଦଳି କରାଯାଇଛି । ଦେଓଗଡ଼ର ଏମଭି(ଇନଚାର୍ଜ) ପ୍ରଶାନ୍ତ କୁମାର ପରିଡାଙ୍କୁ ନୟାଗଡ଼ ଆରଟିଓ ଭାବେ ପଦୋନ୍ନତି ଦିଆଯାଇଛି । ସେହିପରି ନୟାଗଡ଼ ଆରଟିଓ ଥିବା ସମ୍ବିତ କୁମାରଙ୍କୁ ଚଣ୍ଡିଖୋଲ ଆରଟିଓ ଭାବେ ବଦଳି କରାଯାଇଛି । ଚଣ୍ଡିଖୋଲର ଆରଟିଓ ଥିବା କେଶବ ଚନ୍ଦ୍ର ନାୟକଙ୍କୁ ଦେଓଗଡ଼ ଆରଟିଓ ଭାବେ ବଦଳି କରାଯାଇଛି । ଗଜପତି ଏମଭି(ଇନଚାର୍ଜ)ଙ୍କୁ ଗଜପତି ଆରଟିଓ(ଇନଚାର୍ଜ) କରାଯାଇଛି ।
