ଟ୍ରେନ୍ ଧକ୍କାରେ ନାବାଳକ ମୃତ
କେନ୍ଦୁଝର : ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ । କେନ୍ଦୁଝର ସଦର ଥାନା ଟାଙ୍ଗରତଳି ଗ୍ରାମ ନିକଟରେ ସୋମବାର ସକାଳେ ଟାଟା-ବିଶାଖାପଟନମ୍ ଯାତ୍ରୀବାହୀ ଟ୍ରେନରେ କଟି ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗରତଳି ଗାଁ ଅରୁଣ ବରଡିଆ ବୋଲି ବୋଲି ଜଣାପଡିଛି । ନାବାଳକ ଜଣଙ୍କ କାନରେ ବ୍ଲୁଟୁଥ୍ ଲଗାଇ ଟ୍ରେନ ଲାଇନରେ ଚାଲି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜଣାପଡିଛି । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
