ନାବାଳିକା ଛାତ୍ରୀଙ୍କୁ ବ୍ଲାକ୍ମେଲ୍ ମାମଲା; ଅଭିଯୁକ୍ତକୁ ୫ବର୍ଷ କାରାଦଣ୍ଡ ସହ ଜୋରିମାନା
ବାଲେଶ୍ୱର : କମର୍ଦ୍ଦା ଥାନା ଅନ୍ତର୍ଗତ ମନୁନଗର ଗାଁର ଜନୈକା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କ ଅଶ୍ଳୀଳ ଫୋଟ ଉଠାଇ ତାଙ୍କୁ ବ୍ଲାକମେଲ୍ କରିବା ଓ ଫଟୋ ଭାଇରାଲ କରିବାର ଧମକ ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ମାମଲାରେ ବାଲେଶ୍ୱର ଜିଲା ମାନ୍ୟବର ପୋକ୍ସୋ ଅଦାଲତର ସ୍ୱତନ୍ତ୍ର ବିଚାରପତି ରଞ୍ଜନ କୁମାର ସୁତାର୍ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୫ବର୍ଷ ସଶ୍ରମ କାରାଦଣ୍ଡରରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଆଉ ୧ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାନ୍ୟବର ଅଦାଲତ ୧୩ ଜଣ ସାକ୍ଷୀ ଓ ପୋଲିସ୍ ପକ୍ଷରୁ ଅଦାଲତରେ ଆଗତ ୩୪ଟି ଦସ୍ତାବିଜ୍ ଓ ପ୍ରାମାଣିକ ତଥ୍ୟକୁ ଆଧାର କରି ମାନ୍ୟବର ବିଚାରପତି ଏଭଳି ଦଣ୍ଡାଦେଶ ଦେଇଛନ୍ତି ।
ସୂଚନା ଯେ, ଗତ ୨୦୧୬ ମସିହା ଫେବୃଆରୀ ୯ ତାରିଖରେ ନାବାଳିକ ଛାତ୍ରୀଙ୍କ ବାପାଏ ସମ୍ପର୍କରେ କମର୍ଦ୍ଦା ଥାନାରେ ଲିଖିତ ଏତଲା ଦେଇଥିଲେ ।
