ସାପ କାମୁଡ଼ାରେ ନାବାଳିକା ମୃତ
ନୀଳଗିରି : ସାପ କାମୁଡାରେ ନାବାଳିକା ମୃତ । ମୃତକ ହେଲେ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦର ପଞ୍ଚାୟତ ଜୁରିଆପାଟଣା ଗ୍ରାମର ରମେଶ ମଲିକଙ୍କ ୭ବର୍ଷର ଝିଅ ସୋନାଲି ମଲିକ ।
ସୂଚନା ଯେ, ସୋନାଲି ଘରେ ଖାଇ ଶୋଇଥିଲା ବେଳେ ଗତ ଗୁରୁବାର ମଧ୍ୟରାତ୍ରି ସମୟରେ ପାଟିରୁ ଲାଳ ବାହାରିବାରୁ ପରିବାର ଲୋକେ ତାଙ୍କୁ ନୀଳଗିରି ଚିକିତ୍ସାଳୟକୁ ନେଇଥିଲେ । ପରେ ଗୁରୁତ୍ତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ପରିବାର ଲୋକେ ଘରେ ଗୋଟିଏ ସାପ ଦେଖିବାକୁ ମିଳିଥିଲା । ଏନେଇ ସାପ ଧରାଳି ମନୋରଞ୍ଜନ ଦାସକୁ ଖବର ଦେବାରୁ ସେ ଘଟଣା ସ୍ଥଳରେ ପହଞ୍ôଚ ଏକ ଚନ୍ଦ୍ରମଣ୍ଡଳ ସାପକୁ ଧରିଥିଲେ । ଘଟଣାକୁ ନେଇ ଅପମୃତ୍ୟୁ ମାମଲା ରୁଜୁ ହେବାପରେ ମୃତଦେହ ବ୍ୟବଚ୍ଛେଦ କରି ଶବକୁ ଘରକୁ ନେଇଥିବାର ଜଣାପଡ଼ିଛି ।
