ବାଉଁଶ ସହ ମିନିଟ୍ରକ୍ ଜବତ୍ , ଜବତ୍ ଗାଡି ପାଇଁ ଲାଗିଲା ୫୬ଧାରା
ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ଗୋଡ଼ି ବିଡ଼ା ରୁ ଶଂକରାଖୋଲ ଯାଉଥିବା ଏକ ବାଉଁଶ ବୋଝେଇ ମିନିଟ୍ରକ୍ କୁ ଗୁରୁବାର ବିଳମ୍ବିତ ରାତିରେ ଦଶପଲ୍ଲା ବନବିଭାଗ ଜବତ୍ କରିବା ସହିତ ଜବତ୍ ଗାଡି ଓ ଡି ୦୩ କ୍ୟୁ ୬୪୧୮ ପାଇଁ ବନ ବିଭାଗ ୫୬ଧାରାରେ କେଶ୍ ରୁଜୁ କରିଥିବା ବେଳେ ଅଟକ ଦୁଇ ଜଣଙ୍କ ନାମରେ କେସ୍ ରୁଜୁ ସହ ୪୧ଧାରାରେ ସେମାନଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଗାଡିରେ ୧୦୧ଟି କଣ୍ଟା ବାଉଁଶ ବୋଝେଇ ହୋଇ ଯାଉଥିବା ବେଳେ ବନବିଭାଗ ଗାଡି ଜବତ୍ କରିବା ସହିତ ଅବିନାଶ ବାରିକ ଓ ଅରିଫ୍ ଦିଗାଲଙ୍କୁ ଅଟକ ରଖିଥିଲା।
