ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମନ୍ତ୍ରୀ ଓ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୮ ନଂ ଜୋନର ରାଇସୁଆଁ, ରୁପ୍ସା ଏବଂ ଆଙ୍କୋ ଗ୍ରାମ ପଞ୍ଚାୟତରେ ପ୍ରଚାରର ମଙ୍ଗ ଧରି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଏବଂ ବାଲେଶ୍ୱରର ବିଧାୟକ ସ୍ୱରୂପ କୁମାର ଦାସ । ରାଇସୁଆଁ, ରୁପ୍ସା ଏବଂ ଆଙ୍କୋ ଗ୍ରାମ ପଞ୍ଚାୟତରେ ଦିନ ତମାମ୍ ଅନୁଷ୍ଠିତ ବିଭିନ୍ନ ନିର୍ବାଚନୀ ବୈଠକରେ ମନ୍ତ୍ରୀ ଏବଂ ବିଧାୟକ ଯୋଗଦାନ କରି ୨୮ ନଂ ଜୋନ ବିଜୁ ଜନତା ଦଳର ଜିଲା ପରିଷଦ ପ୍ରାର୍ଥୀ ସଞ୍ଜୟ ସେଠୀ, ରାଇସୁଆଁ, ରୁପ୍ସା ଏବଂ ଆଙ୍କୋ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ, ସମିତିସଭ୍ୟ ପ୍ରାର୍ଥୀ, ଏବଂ ସମସ୍ତ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି ।
ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ବଜାଇ ରଖିବା ପାଇଁ ଶଙ୍ଖ ଚି଼ହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଦ୍ୱାରା ସାଧାରଣ ଲୋକ କିଭଳି ଭାବେ ଉପକୃତ ହେଉଛନ୍ତି ତାହା ମଧ୍ୟ ବଖାଣି ଥିଲେ ଏବଂ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ । ଆଗାମୀ ଦିନରେ କିଭଳି ଭାବେ ବିକାଶଧାରାର ସଫଳ ରୂପାୟନ ହେବ ସେଥିପାଇଁ ବିଧାୟକ ଶ୍ରୀ ଦାସ ଲୋକଙ୍କୁ ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଜିଲା ସାଧାରଣ ସମ୍ପାଦକ ବରଦା ପସନ୍ନ ପଟ୍ଟନାୟକ, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, ମନୋରଞ୍ଜନ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ଦେବବ୍ରତ ବିଶ୍ୱାଳ, ମଙ୍ଗୁଲୁ ନନା, ମଧୁସୂଦନ ସେନାପତି, ନିରଞ୍ଜନ ବେହେରା, ରାଜେଶ ବେହେରା, ଗୌରବ ରାଉତ ନଗେନ୍ଦ୍ର ବେହେରା, କମଳାକାନ୍ତ ଜେନା, ବାବିନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
