ଯୁକ୍ତ୨ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଣଶିକ୍ଷାମନ୍ତ୍ରୀ
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବେ ଯୁକ୍ତ୨ ପରୀକ୍ଷା । ମେ’ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଯୁକ୍ତ ଦୁଇ ପରୀକ୍ଷା । ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ମୋଟ ୧ ହଜାର ୧୩୩ଟି କେନ୍ଦ୍ରରେ ହେବ ପରୀକ୍ଷା ହେବ । ଏହା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜ୍ଞାନେଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ।
ସେ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡିକରେ ପାନୀୟ ଜଳ, ଓଆର୍ଏସ୍ର ବ୍ୟବସ୍ଥା କରାଯାଇଛି । ଖାସ୍ କରି କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଗୁଜବ କାରୀଙ୍କ ଉପରେ ସ୍ୱରନ୍ତ୍ର ନଜର ରହିବ। ଯଦି ସେମାନେ କିଛି ଗୁଜବ ସୃଷ୍ଟ କରନ୍ତି । ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ତ୍ରୁଟି ଶୂନ୍ୟ, ଓ ଚାପମୁକ୍ତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମନ୍ତ୍ରୀ ।
