ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନ
କଳାହାଣ୍ଡି : ହଟହଟା ହେଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ମନ୍ତ୍ରୀଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଥିଲେ।
କଳାହାଣ୍ଡି ଜୁନାଗଡ଼ ଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏକ ମିଶ୍ରଣ ପର୍ବରେ ଯୋଗ ଦେବାକୁ ଯାଉଥିବା ବେଳେ ନିଜ ନିର୍ବାଚନମଣ୍ଡଳୀରେ ହଟହଟା ହେଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବିଜେଡି ପକ୍ଷରୁ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମଥୁରାଠାରୁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ଏହି ଶୋଭାଯାତ୍ରାରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯାଉଥିଲେ । ଏହି ସମୟରେ ବିରୋଧୀମାନେ କଲେଜ ଛକ ନିକଟରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ ସହିତ କଳା ପତାକା ପ୍ରଦର୍ଶନ କରାଯାଇଛି । ବିରୋଧୀ ବିଜେପି କର୍ମୀମାନେ ଏହି ଅଣ୍ଡାମାଡ଼ କରିଥିବା ସୂଚନା ରହିଛି । ଏହାପରେ ଘଟଣାସ୍ଥଳରେ ବିଜେପି ଓ ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ଗିରଫ ଦାବି କରିଛନ୍ତି ବିରୋଧୀ। କଂଗ୍ରେସ ଏବଂ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି।
