ଏପ୍ରିଲ ୧୫ରେ ଚିଲିକା ବୁଲିବେ ମନ୍ତ୍ରୀ, ବିଧାୟକ
ଭୁବନେଶ୍ୱର : ବିଧାନସଭା ପକ୍ଷରୁ ସମସ୍ତଙ୍କ ମନ୍ତ୍ରୀ ଓ ବିଧାୟକ ପାଇଁ ଚିଲିକା ବୁଲିବାକୁ ବ୍ୟବସ୍ଥା କରାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ ଏନେଇ ଘୋଷଣା କରିଛନ୍ତି ।
ବାଚସ୍ପତି କହିଛନ୍ତି ଯେ ଆସନ୍ତା ଏପ୍ରିଲ୍ ମାସ ୧୫ ତାରିଖ ସମସ୍ତେ ଚିଲିକା ବୁଲିବାକୁ ଯିବେ । ଏଥିଲାଗି ୬ ତାରିଖ ସୁଦ୍ଧା ଇଚ୍ଛୁକ ଥିବା ମନ୍ତ୍ରୀ ଓ ବିଧାୟକମାନେ ବିଧାନସଭା ସଚିବାଳୟକୁ ଅବଗତ କରିବେ । ୧୫ ତାରିଖ ଦିନ ସକାଳ ୭ଟାରେ ବିଧାନସଭାରେ ସମସ୍ତଙ୍କୁ ପହଂଚିବା ପାଇଁ ନିର୍ଦ୍ଦେଶ ରହିଛି । ବ୍ରେକ୍ ଫାଷ୍ଟ ପରେ ସମସ୍ତ ଆଇଏନ୍ଏସ୍ ଚିଲିକା ଯିବେ । ସେଠାରେ କାଳିଯାଇ ବୁଲିବେ ଏବଂ ଆଇଏନ୍ଏସ୍ ଚିଲିକାରେ କେମିତି ଯୁଦ୍ଧ ନେଇ ପ୍ରସ୍ତୁତି ହେଉଛି , ତାହା ଦେଖିବେ । ଶେଷରେ ସଂଧ୍ୟା ୬ଟାରେ ସମସ୍ତେ ଫେରିବ ।
