ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା
କଟକ : ଲୁଟି ନେଇଗଲେ ଲକ୍ଷାଧିକ ଟଙ୍କା । କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ମହଣ ନିକଟରେ ଲୁଟେରାମାନେ ଜଣେ ବ୍ୟକ୍ତିଙ୍କୁ ଏପରି ଭାବେ ଟାର୍ଗେଟ୍ କରିଛନ୍ତି ।
ସୂଚନା ଯେ, ଟିପିସିଏଲ କର୍ମଚାରୀ ଶିବାଶିଷ ସିଂ ଏକ ବାଇକ ଯୋଗେ ୧ ଲକ୍ଷ ୭୦ହଜାର ଟଙ୍କା ନେଇ ଜପକୂଦ ଟିପିସିଏଳ କାର୍ଯ୍ୟାଳୟକୁ ଯାଉଥିଲେ । ସେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଏକ ପଲସରରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇଥିରେ । ଏପରିକି ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହାସହ ସବୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ ନେଇ ଟିପିସିଏଳ ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ଦୁର୍ବୁତ୍ତ ମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ ।
