ଓଟିଡିସିରେ ମାଣ୍ଡିଆ ଦିବସ ପାଳିତ
ଭୁବନେଶ୍ୱର : ପ୍ରତି ବର୍ଷ ନଭେମ୍ବର ୧୦ ତାରିଖ କୁ ମାଣ୍ଡିଆ ଦିବସ ପାଳନ କରିବା ନିମନ୍ତେ ଓଡିଶା ସରକାର ନିଷ୍ପତି ଦେଇଛନ୍ତି । ଆମ ରାଜ୍ୟ ରେ ଛୋଟ ଚାଷୀ, ଗରିବ ଆଦିବାସୀ ମାଣ୍ଡିଆ ଚାଷ କରିଥାନ୍ତି । ସେମାନଙ୍କ ଅବସ୍ଥା ରେ ଉନ୍ନତି ପାଇଁ ଓ ଲୋକ ମାନଙ୍କୁ ପୃଷ୍ଟି ଯୋଗାଣ ବିଷୟ କୁ ଧ୍ୟାନ ରେ ରଖି ମିଲେଟ ମିଶନ ଆରମ୍ଭ କରାଯାଇଛି । ଆମର ମିଲେଟ ମିଶନ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି ।
ଏହି ପେରିପ୍ରେକ୍ଷୀରେ ପାନ୍ଥନିବାସ ଭୁବନେଶ୍ୱର ପରିସରରେ ଓଟିଡିସି ଅଧକ୍ଷ ଡା. ଲେନିନ ମହାନ୍ତି ଙ୍କ ଉପସ୍ଥିତିରେ ମାଣ୍ଡିଆ ଦିବସ ପାଳନ କରାଯାଇଛି । ପାନ୍ଥନିବାସ ଦ୍ୱାରା ମାଣ୍ଡିଆ ରୁ ପ୍ରସ୍ତୁତ ବଟର ମିଲ୍ଲକ, ସିଙ୍ଗଡ଼ା , ସୁପ, ସିଝା ମଣ୍ଡା, କାକରା, ଇଡଲି, କୁକିଜ୍ ଆଦି ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ କରାଯାଇଥିଲା । ଏହି ଅବସର ରେ ଓଟିଡିସିର ଜେନେରାଲ ମ୍ୟାନେଜର ଲଗ୍ନଜିତ ରାଉତ, ପାନ୍ଥନିବାସ ମ୍ୟାନେଜର କ୍ଷିତୀଶ କୁମାର ଦାସ, ସେଫ ମନ୍ଦରଧର ସାହୁ ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନ ରେ ଏହା ଓଟିଡିସିର ସମସ୍ତ ପାନ୍ଥନିବାସ ରେ ଉପଲବ୍ଧ ହେବ ।
