ସଂସଦ ଭବନରେ ମିଲେଟ୍ସ ଭୋଜନ
ନୂଆଦିଲ୍ଲୀ : ସଂସଦ ଭବନରେ ସମସ୍ତ ସାଂଦଙ୍କ ପାଇଁ ମିଲେଟ୍ସ(ବାଜରା) ଭୋଜନର ଆୟୋଜନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଭୋଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ସାଂସଦ ବାଜରା ରୁଟିରୁ କେକ୍ ପର୍ଯ୍ୟନ୍ତ ସମସ୍ତ ବ୍ୟଞ୍ଜନ୍ନର ସ୍ୱାଦ ଚାଖିଥିଲେ । ଏନେଇ ମୋଦୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ବିଜେପି ସାଂସଦଙ୍କୁ ମୋଟା ଶସ୍ୟରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ । ଏହିକ୍ରମରେ ସଂସଦରେ ସାଂସଦଙ୍କ ପାଇଁ ବାଜରା ସମେତ ଅନ୍ୟ ମୋଟା ଶସ୍ୟର ଭୋଜନ ପ୍ରସ୍ତୁତ କରାଯାଇଥିଲା । ଏଥିରେ ରାଗୀ ଦୋସା, ବାଜରା ସୁପ, ରସୁଣ ଚଟଣୀ, ରାଗୀ ରୁଟି, ବାଜରା କେକ ସମେତ ବହୁ ବ୍ୟଞ୍ଜନ୍ନ ସାମିଲ ଥିଲା ।
