ଉତର କାଶୀରେ ମୃଦୁ ଭୂକମ୍ପ ତୀବ୍ରତା ୨.୫
ଉତର କାଶୀ : ଶନିବାର ରାତିରେ ଉତର କାଶୀ ନଗରରେ ଲଗାତାର ଗୋଟିଏ ପରେ ଗୋଟିଏ ଭୂକମ୍ପର ୪ଟି ଝଟକା ଅନୁଭୂତ ହୋଇଥିଲା । ଯାହାକୁ ନେଇ ଅଂଚଳର ଜନସାଧାରଣ ଭୟଭିତ ହୋଇପଡିଥିଲେ । ତେବେ ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପଟୱାଲ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ରହିଥିଲା । ଭଟୱାଣ୍ଡି ତହସିଲର ସିରୋର ଗ୍ରାମ ଜଙ୍ଗଲରେ ଏହାର କେନ୍ଦ୍ରସ୍ଥଳ ରହିଥିଲା । ରବିବାର ରାତି ପ୍ରାୟ ୧୨ଟା ୪୦ ରେ ଉତର କାଶୀ ଜିଲ୍ଲାରେ ଭୂକମ୍ପର ପ୍ରଥମ ଝଟକା ଅନୁଭୂତ ହୋଇଥିଲା । ଏହାପରେ ୫ରୁ ୧୦ ମିନିଟ୍ ବ୍ୟବଧାନରେ ଲଗାତାର ଭୂକମ୍ପର ୪ଟି ଝଟକା ଅନୁଭୂତ ହୋଇଥିଲା ।
