ଏହି ଦିନ ରାଶି ପରିବର୍ତ୍ତନ କରିବେ ବୁଧ, ବଦଳିବ ୪ଟି ରାଶିଙ୍କ ଭାଗ୍ୟ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରଙ୍କ ସ୍ଥାନ ପରିବର୍ତ୍ତନ ମଣିଷ ଜୀବନରେ ଅନେକ ଗରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଦେଇଥାଏ । ଫଳରେ କାହାର ଭାଗ୍ୟ ପରିବର୍ତ୍ତନ ହୁଏ ତ ଆଉ କିଏ ବିଭିନ୍ନ ସମସ୍ୟା ଦେଇ ଗତି କରେ। ପ୍ରତ୍ୟେକ ରାଶି ଉପରେ ଗ୍ରହ ପରିବର୍ତ୍ତନର କିଛି ନା କିଛି ପ୍ରଭାବ ରହିଥାଏ। ବୁଧ ଗ୍ରହ ସୌର ମଣ୍ଡଳରେ ସୂର୍ଯ୍ୟଙ୍କର ନିକଟବର୍ତ୍ତୀ ଗ୍ରହ ଅଟେ ଓ ଏହାର ବେଗ ସମସ୍ତ ଗ୍ରହଠାରୁ ଖୁବ ତୀବ୍ର ହୋଇଥାଏ। ୨୩ ଦିନରେ ଥରେ ରାଶି ପରିବର୍ତ୍ତନ କରୁଥିବା ଏହି ଗ୍ରହ ଆସନ୍ତା ୧୬ ତାରିଖ ମୀନ ରାଶିରେ ଉଦୟ ହେବାକୁ ଯାଉଛି। ଏହାର ପ୍ରଭାବରେ ଏହି ୪ଟି ରାଶି ଉପରେ ଧନ ବର୍ଷା ହେବ।
ବୃଷ ରାଶି :
ବୁଧଙ୍କର ମୀନ ରାଶିରେ ଉଦୟ ବୃଷ ରାଶି ପାଇଁ ଶୁଭ ଫଳ ଆଣିଦେବ। ଧନ ଲାଭ ହେବା ସହ ଚାକିରିଆ ମାନଙ୍କର ଦରମା ବୃଦ୍ଧି ହୋଇପାରେ। ଏହା ସହ ପୂର୍ବରୁ ବିନିଯୋଗ କରିଥିବା ଅର୍ଥରୁ ଲାଭ ମିଳିପାରେ। ବିବାହିତ ମାନଙ୍କ ପାଇଁ ଏହି ସମୟଟି ଶୁଭ ଅଟେ । ଅର୍ଥ କାରବାର ପାଇଁ ମଧ୍ୟ ସମୟ ଭଲ ରହିବ।
ମେଷ ରାଶି :
ବୁଧଙ୍କର ଉଦୟ ହେତୁ ମେଷ ରାଶି ଉପରେ କୃପା ବର୍ଷା ହେବ। ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ବହୁତ ଲାଭଦାୟକ ରହିବ। ଛାତ୍ରଛାତ୍ରୀ ମାନେ ପାଠପଢାରେ ମନ ଦେବା ସହ ପରୀକ୍ଷାରେ ସଫଳତା ହାସଲ କରିବେ। ମୀନ ରାଶିରେ ବୁଧ ଓ ବୃହସ୍ପତିଙ୍କର ସଂଯୋଗ ଥିବାରୁ ମେଷ ରାଶି ପାଇଁ ଧନ ଆଗମନର ସଙ୍କେତ ମିଳୁଛି। ଚାକିରିଆର ପଦୋନ୍ନତି ହେବ ।
ମିଥୁନ ରାଶି :
ଏହି ସମୟ ମିଥୁନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଅତ୍ୟନ୍ତ ମାଙ୍ଗଳିକ ସାବ୍ୟସ୍ତ ହେବ। ବାକି ପଡି଼ଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବା ସହ ଆୟ ବୃଦ୍ଧି ହେବ। ସମାଜରେ ସମ୍ମାନ ବଢିବା ସହ ଚାକିରି କରୁଥିବା ବ୍ୟକ୍ତି ମାନଙ୍କର ପଦୋନ୍ନତି ହେଇପାରେ। ଏହି ସମୟ କ୍ୟାରିୟର ପାଇଁ ଭଲ ରହିଥିବା ବେଳେ ବେକାର ଯୁବକ ଓ ଯୁବତୀ ମାନଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି।
କର୍କଟ ରାଶି :
ବୁଧଙ୍କର ଉଦୟ କର୍କଟ ରାଶିର ଭାଗ୍ୟ ପରିବର୍ତ୍ତନ କରିଦେବ। ସମସ୍ତ ପ୍ରକାର ବାଧା ବିଘ୍ନ ଦୂର ହେବା ସହ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ। ପରିବାରରେ ଶାନ୍ତି ବଜାୟ ରହିବା ସହ ପରିଜନଙ୍କ ସହ ସମ୍ପର୍କ ନିବିଡ଼ ହେବ। ଏହା ସହ ମନୋକାମନା ପୂର୍ଣ୍ଣ ହେବାର ସଂଯୋଗ ଦେଖିବାକୁ ମିଳୁଛି।
