ପୁରୁଷ ଜୁନିଅର ହକି ବିଶ୍ବକପ : ଖେଳାଳିଙ୍କୁ ନେବା ପାଇଁ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା, ଓଡିଆ ସଂସ୍କୃତିର ଝଲକ
ଭୁବନେଶ୍ୱର : ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ପୁରୁଷ ଜୁନିଅର ହକି ବିଶ୍ବକପ ୨୦୨୧ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଖେଳାଳିଙ୍କୁ ଟିମ ହୋଟେଲରୁ ଷ୍ଟାଡିୟମକୁ ନେବା ପାଇଁ ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇଛି।
ଆଜି ଠୁ ଆରମ୍ଭ ହେବ ପୁରୁଷ ଜୁନିଅର ହକି ବିଶ୍ବକପ୍ ୨୦୨୧ । ଏଥି ପାଇଁ ସାରା ବିଶ୍ବରେ ଥିବା ହକି ପ୍ରେମୀ ଉତ୍ସାହିତ ଓ ସାରା ବିଶ୍ବର ନଜର ଭୁବନେଶ୍ବର ଉପରେ କେନ୍ଦ୍ରୀଭୁତ ହେବାକୁ ଯାଉଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ବିଶ୍ବକପ ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ସହ ସୁରକ୍ଷା ଦାୟିତ୍ବରେ ଅଛନ୍ତି ଭୁବନେଶ୍ବର ଡିସିପି । ୧୬ଟି ଟିମ ପାଇଁ ୧୦ଟି ହୋଟେଲରେ ରହଣୀର ବ୍ୟବସ୍ଥା ହୋଇଛି । ଖେଳାଳିଙ୍କୁ ନେବା ପାଇଁ ଓଏସଆରଟିସି ପକ୍ଷରୁ ସ୍ବତନ୍ତ୍ର ବସ ବ୍ୟବସ୍ଥା କରାଯାଇଛି । ଖାସ୍ କଥା ହେଉଛି ମାର୍ଗଶୀର ମାସ ଗୁରୁବାର ମାଣବସା ଝୋଟି ଚିତା, ଯାହା ଓଡିଆ ସଂସ୍କୃତି ଓ ଚିତ୍ରକଳାର ପରିଚୟ ସେସବୁ ବସ୍ରେ ଚିତ୍ରିତ ହୋଇଛି । ବିଦେଶୀ ଖେଳାଳି ମାନଙ୍କୁ ଓଡ଼ିଶାର ପୂଜା ପାର୍ବଣ ସହ ସଂସ୍କୃତି ଓ ଚିତ୍ରକଳାକୁ ବିଦେଶୀ ଖେଳାଳିଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛି ଓଏସଆରଟିସି ।
