ଉତ୍କଳମଣିଙ୍କ ଜନ୍ମପୀଠ ପରିଦର୍ଶନ କଲେ ବାଲେଶ୍ୱର ‘ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ର ସଦସ୍ୟ
ବାଲେଶ୍ୱର : ବାଲେଶ୍ୱରର ‘ଉତ୍କଳ ଗୌରବ ମଧୂସୁଦନ ଦାସ ସାଂସ୍କୃତିକ ପରିଷଦ’ ପକ୍ଷରୁ ପୁରୀ ଜିଲା ସୁଆଣ୍ଡୋ ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସମେତ ୪୭ ଜଣ ସଦସ୍ୟ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


ପରିଷଦର ସଭାପତି ଶ୍ରୀ ମହାନ୍ତିଙ୍କ ପୌରହିତ୍ୱରେ ସେଠାର ଏକ ସଭା ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରରୁ ସୀତା ବଲ୍ଲଭ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନୀ ଓ ସମାଜସେବା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଗୋପବନ୍ଧୁଙ୍କ ଅଣନାତି ରବୀନ୍ଦ୍ର ନାଥ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉତ୍କଳମଣିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ସୁଆଣ୍ଡୋ ଅଞ୍ଚଳର ଅଧ୍ୟାପକ ଶରତ ଚନ୍ଦ୍ର ରଥ, ପରିଷଦର ସମ୍ପାଦକ ଆଇନଜୀବି ପୁରୁଷୋତ୍ତମ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ପ୍ରତି ଗୋପବନ୍ଧୁଙ୍କ ଅବଦାନ ସମ୍ପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ତୁଷାରକାନ୍ତ ମହାପାତ୍ର, ଶୁଭେନ୍ଦୁ କୁମାର ପଟ୍ଟନାୟକ, ପ୍ରଜ୍ଞା ପାରମିତା ବିଶ୍ୱାଳ, ଭାବଗ୍ରାହୀ ମହାନ୍ତି, ଡ. ରମାକାନ୍ତ ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ପର୍ଶୁରାମ ଦ୍ୱିବେଦୀ, ପ୍ରତାପ ଚନ୍ଦ୍ର ମହାନ୍ତି, ପ୍ରତାପ ପଣ୍ଡା, ଗୌରୀ ବାରିକ୍, ସୁଶିଲ ଦତ୍ତ, ବୀରେନ୍ଦ୍ର ଜେନା, ସୌରୀ ଶଙ୍କର ପରିଡ଼ା, ସେକ ସାଇରୁଲ ହକ୍ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଭା ପରେ ପରିଷଦର ସଦସ୍ୟ ମାନେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ସଂଗ୍ରହାଳୟ ଓ ଷଠିଘର ବୁଲି ଦେଖିବା ସହ କର୍ମଭୂମୀ ସତ୍ୟବାଦୀ ଯାଇଥିଲେ ।
