ରାଇକିଆ ବଣିକ ସଂଘ ତରଫରୁ ମେଗା ରକ୍ତ ଦାନ ଶିବିର
କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଇକିଆ ବଣିକ ସଂଘ ତରଫରୁ ଏକ ମେଗା ରକ୍ତଦାନ ଶିବିର ପଂଚାୟତ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ରାଇକିଆ ସରପଂଚ ଗୀତାଞ୍ଜଳୀ ନାୟକ, ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ ପାତ୍ର ଯୋଗ ଦେଇ ଉଦଘାଟନ କରିଥିଲେ । ବଣିକ ସଂଘ ର ସଦସ୍ୟଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଏବଂ ବ୍ୟକ୍ତି ବିଶେଷ, ଛାତ୍ରୀ ଛାତ୍ର ଯୋଗଦେଇ ରକ୍ତ ଦାନ କରି ଥିଲେ । ସମୁଦାୟ ୯୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଫୁଲବାଣୀ ରକ୍ତ ଭଣ୍ଡାର ର ଅଫିସର୍ ଜୟଦିପ କୁମାର ଘୋଷ, ଲ୍ୟାବ ଟେକନିସିଆନ ଶ୍ରୀକାନ୍ତ ସାହୁ, ଦୀନ କୃଷ୍ଣ ମହନ୍ତ, ସୁଜିତ୍ ସାହୁ, ବରୁଣ ବେହେରା ପରିଚାଳନା କରିଥିଲେ । ଏହି ଶିବିର ରେ ରାଇକିଆ ବିଡ଼ିଓ ଶରତ ପାତ୍ର, ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ ଯୋଗ ଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ସଂଘ ସଭାପତି ପଦ୍ମଚରଣ ପଣ୍ଡା, ସମ୍ପାଦକ ଦୁର୍ଯ୍ୟୋଧନ ଲେଙ୍କା, ସହ ସଂପାଦକ ଶ୍ରୀନିବାସ ଆଚାରୀ, ସଂଗଠନ ସମ୍ପାଦକ ରାମକୃଷ୍ଣ ବେହେରା, ଉପସଭାପତି ତ୍ରିପତି ସୁବୁଦ୍ଧି, ପ୍ରତାପ ଜେନା, କୋଷାଧ୍ୟକ୍ଷ ବାଲ୍ମୀକି ପତିଙ୍କ ସମେତ ସଂଘ ର କର୍ମକର୍ତା, ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
