କରୋନାର ତୃତୀୟ ଲହରକୁ ରୋକିବା ଆମର ଦାୟିତ୍ୱ : ପ୍ରଧାନମନ୍ତ୍ରୀ
- ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉତ୍ତର-ପୂବାଞ୍ଚଳର ୮ଟି ରାଜ୍ୟ ଆସାମ, ମେଘାଳୟ, ମଣିପୁର, ମିଜୋରାମ, ସିକିମ, ତ୍ରିପୁରା, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ ଯୋଗେ ଆଲୋଚନା କରିଛନ୍ତି । କରୋନା ସ୍ଥିତିର ସମୀକ୍ଷା କରିବା ସହ ଟିକାକରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ କଥା ହୋଇଛନ୍ତି । ଏହି ସମୟରେ କରୋନାର ତୃତୀୟ ଲହରକୁ ରୋକିବା ଆମର ଦାୟିତ୍ୱ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଆମକୁ କରୋନା ଭାଇରସର ପ୍ରତି ଭାରିଆଣ୍ଟ ଉପରେ ନଜର ରଖିବାକୁ ହେବ । ମ୍ୟୁଟେସନ୍ ହେବା ପରେ ଏହା କେତେ ମାରାତ୍ମକ ତାହା ବିଶେଷଜ୍ଞମାନେ ନିରନ୍ତର ଭାବେ ଗବେଷଣା କରୁଛନ୍ତି । ତେବେ ସାମାଜିକ ଦୂରତା ରକ୍ଷା କରିବା ସହ ଉପଚାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କରୋନା ପାଇଁ ପର୍ଯ୍ୟଟନ ପ୍ରଭାବିତ ହୋଇଛି । କିନ୍ତୁ ବଜାର ଓ ହିଲ୍ ଷ୍ଟେସନରେ ମାସ୍କ ପିନ୍ଧି ବୁଲିବା ଅନୁଚିତ । ଟିକାକରଣ ଅଭିଯାନରେ ପୂର୍ବତ୍ତୋର ରାଜ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତୃତୀୟ ଲହରର ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ହେବ । ଅନ୍ୟପକ୍ଷରେ ପୂର୍ବତ୍ତୋରରେ ଟିକାକରଣ ପାଇଁ ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଧାର କରିବାକୁ କ୍ୟାବିନେଟ୍ ୨୩ ହଜାର କୋଟିର ପ୍ୟାକେଜକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇପାରିବ । ସଂକ୍ରମଣ ରୋକିବା ପାଇଁ ତୃଣମୂଳ ସ୍ତରରେ କଡା ପଦକ୍ଷେପ ନେବାକୁ ହେବ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ନଜର ରଖିବାକୁ ହେବ । ପୂର୍ବତ୍ତୋରର ଭୌଗଳିକ ଅବସ୍ଥିତି ସତ୍ତ୍ୱେ ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ତ୍ୱରାନ୍ବିତ କରାଯାଉଥିବା ସେ କହିଛନ୍ତି ।
ମ୍ୟୁଟେସନର ପରେ ଏହା କେତେ ଚିନ୍ତାଜନକ ତାହା ବିଶେଷଜ୍ଞ ଗବେଷଣା କରୁଛନ୍ତି । ତେଣୁ ସଠିକ ସମୟରେ ଚିକିତ୍ସା କରାଇବା ନିତ୍ୟାନ୍ତ ଆବଶ୍ୟକ। କରୋନା ପାଇଁ ପର୍ଯ୍ୟଟନ,ବେପାର ବାଣିଜ୍ୟ ସବୁକିଛି ଖୁବ ପ୍ରଭାବିତ ହୋଇଛି। ମାତ୍ର ଘରୁ ବାହାରିବା ମାତ୍ରେ ତୁଣ୍ଡି, ବିଶୋଧକ ବ୍ୟବହାର କରିବା ସହ ସତର୍କତା ଅବଲମ୍ବନ କରିବା ନିତ୍ୟାନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କହିବା ସହ ତୃତୀୟ ତରଙ୍ଗ ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିବେଦନ କରିଛନ୍ତି। ତୃତୀୟ ତରଙ୍ଗର ଚେତାବନୀ ଦେବା ସହ ପରୀକ୍ଷା ଓ ଚିକିତ୍ସା ସହ ଜଡ଼ିତ ଭିତ୍ତିଭୂମିରେ ଉନ୍ନତି କରି ଆଗକୁ ବଢିବାକୁ ପଡିବ ବୋଲି କହିଛନ୍ତି। ବିଶେଷ କରି ଅମ୍ଳଜାନ ସହ ଶିଶୁ ଚିକିସବା ସମ୍ବନ୍ଧୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଶୀଘ୍ର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶରେ ଶହ ଶହ ନୂତନ ଅମ୍ଳଜାନ କାରଖାନା ସ୍ଥାପନ କରାଯାଉଛି। ଏଥିପାଇଁ ନିକଟରେ କ୍ୟାବିନେଟ ୨୩ ହଜାର କୋଟି ଟଙ୍କାର ଏକ ନୂତନ ପ୍ୟାକେଜ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜ ଉତ୍ତର ପୂର୍ବର ପ୍ରତ୍ୟେକ ରାଜ୍ୟକୁ ଏହାର ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୂତ କରିବାରେ ସାହାଯ୍ୟ କରିବ। ଏଥିସହିତ ସମଗ୍ର ଦେଶ ଏବଂ ବିଶେଷ କରି ଆମ ସ୍ୱାସ୍ଥ୍ୟକର୍ମୀମାନେ ସେମାନଙ୍କ ଦାୟିତ୍ୱ ତୁଲାଇବା ସହ ୨ ବର୍ଷ ହେବ କଠିନ ପରିଶ୍ରମ କରିଛନ୍ତି। ଏହାସହ ନମୁନା ପରୀକ୍ଷା, ଟିକାକରଣ ଓ ଚିକିତ୍ସା ଉପରେ ଗୁରୁତ୍ୱାରୋପ କରାଯାଉଛି। ସଂକ୍ରମଣକୁ ରୋକିବାକୁ କଠୋରରୁ କଠୋର ପଦକ୍ଷେପ ଗ୍ରହଣ ସହ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବାକୁ ପଡିବ। ମାଇକ୍ରୋ ଆବଦ୍ଧାଞ୍ଚଳ ଉପରେ ଗୁରୁତ୍ୱ ଦେବା ସହ ଗତ ୨ ବର୍ଷ ମଧ୍ୟରେ ମିଳିଥିବା ଅଭିଜ୍ଞତାକୁ ପ୍ରୟୋଗ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
