କାଗଜ କଳ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ବୈଠକ
ଜୟପୁର : ଆଜି ସେବା କାଗଜ କଳ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ବୈଠକ ସ୍ଥାନୀୟ ଯାଦବ ଭବନ ଠାରେ ଆବାହକ ତଥା ଫାଷ୍ଟ ୟୁନିଅନ ସଭାପତି ପ୍ରମୋଦ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୯ ତାରିଖ ଦିନ ଜିଲ୍ଲାପାଳଙ୍କ ଦପ୍ତରରେ ହେବାକୁ ଥିବା ବୈଠକ ଏବଂ ତା’ର ଫଳାଫଳକୁ ନେଇ ପରବର୍ତୀ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ଆଲୋଚନା ଚାଲିଥିଲା ବେଳେ ଶ୍ରମ ବିଭାଗ ଅଧିକାରୀଙ୍କ ଅଫିସ୍ ରୁ ଜରୁରୀ ଚିଠି ଆସିଲା ଯେ, ଜିଲ୍ଲାପାଳ ପ୍ରସ୍ତାବିତ ମିଟିଂ ସ୍ଥଗିତ ରଖିଛନ୍ତି । ପରବର୍ତୀ ତାରିଖ ଜଣେଇବେ । ଜିଲ୍ଲାପାଳଙ୍କ ବୈଠକ ପର୍ଯ୍ୟନ୍ତ ଅପେକ୍ଷା କରିବା ସହ ଇତି ମଧ୍ୟରେ ରାଜ୍ୟ ସରକାର ନୂତନ ମଦର ଆର୍ଥ୍ କମ୍ପାନୀକୁ ଦେଇଥିବା ଏନ୍ ଓ ସି ସମ୍ବନ୍ଧରେ ଆର୍ ଟି ଆଇ ରେ ଇଡକଲ ଠାରୁ ତଥ୍ୟ ମଗାଯିବା ପାଇଁ ପଦକ୍ଷେପ ନିଆଯିବ । ଏ ସବୁ ମିଳିବା ପରେ ଆବଶ୍ୟକ ସ୍ଥଳେ ଆଇନ୍ ଅଦାଲତର ସହାୟତା ମଧ୍ୟ ନିଆଯିବ । ଗତ ୨୭.୧୧.୨୦୨୨ ଠାରୁ ଆଜି ପର୍ଯ୍ୟନ୍ତ କାରଖାନା ବନ୍ଦ ରହିଛି । ଆଇନ୍ ଅଦାଲତକୁ ରାଜ୍ୟ ସରକାରଙ୍କ ଇଡିକଲ୍, ମୁଖ୍ୟ ଶାସନ ସଚିବ, ଶିଳ୍ପ ଓ ଶ୍ରମ ସଚିବଙ୍କୁ ପକ୍ଷଭୁକ୍ତ କରାଯିବ ।
