ବ୍ରହ୍ମପୁର ସିଟି ହସପିଟାଲ୍ ରେ ରୋଗୀଙ୍କୁ ମିଳୁନି ଔଷଧ
ଗଞ୍ଜାମ : ବ୍ରହ୍ମପୁର ସିଟି ହସପିଟାଲ୍ ଉପରେ ବ୍ରହ୍ମପୁର ସହର ସମେତ ଜିଲାର ହଜାର ହଜାର ରୋଗୀ ନିର୍ଭର କରନ୍ତି ।କିନ୍ତୁ, ଏଠାରେ ଡାକ୍ତର ଲେଖୁଥିବା ସରକାରୀ ଔଷଧ ରୋଗୀମାନଙ୍କୁ ମିଳୁନଥିବା ଅଭିଯୋଗ ହେଉଛି । ଫଳରେ ରୋଗୀମାନେ ବାହାରୁ ଔଷଧ କିଣିବାକୁ ବାଧ୍ଧ ହେଉଛନ୍ତି । ପ୍ରାୟ ତିନି ମାସ ହେଲା ଉଚ୍ଚ ରକ୍ତଚାପ ଭଳି ଅତ୍ଯାବଶ୍ଯକ ଔଷଧ ବରିଷ୍ଠ ନାଗରିକ ରୋଗୀଙ୍କୁ ଯୋଗାଇ ଦିଆଯାଉନାହିଁ, ବରିଷ୍ଠ ନାଗରିକମାନେ ହସପିଟାଲ ବାହାରୁ କିଣିବାକୁ ବାଧ୍ଧ ହେଉଛନ୍ତି । ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି । ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ କରିବାକୁ ଦାବି ହେଉଛି ।
