ବାଲେଶ୍ୱର : ଆମେରିକାର ଓଡ଼ିଆ ସୋସାଇଟି ତରଫରୁ କରୋନା ଚିକିତ୍ସା ପାଇଁ ମେଡିକାଲ୍ ଉପକରଣ ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦୁଇଟି କନ୍ସେନ୍ଟ୍ରେଟର୍, ୪ଟି ଅକ୍ସିଜେନ୍ ଫ୍ଲୋମିଟରକୁ ଉପଜିଲାପାଳ ଈଶ୍ୱର ପାଟିଲ୍ଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲ୍ ସେନ୍ ଜଗଦୀପ ଓ ସହକାରୀ ଜିଲା ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ରଙ୍କ ଉପସ୍ଥିତିରେ ଫକୀରମୋହନ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରଦାନ କରାଯାଇଛି । ଏତଦ୍ଭିନ୍ନ ୨ଟି ଥର୍ମୋସ୍କାନର, ୧୨ଟି ଅକ୍ସିମିଟର, ୧୨ହଜାର ସର୍ଜିକାଲ୍ ମାକ୍ସ ଓ ୧୭ଶହ ସାନିଟାଇଜର୍ ଜିଲାର ବ୍ଲକ୍ କମିଟିମାନଙ୍କ ଜରିଆରେ ପ୍ରଦାନ କରାଯିବ ।
ଆମେରିକାର ଜର୍ଜିଆ ସ୍ଥିତ ଓଡ଼ିଆ ସୋସାଇଟି ତରଫରୁ ମହାମାରୀ କରୋନା ସହାୟତା ପାଇଁ ଦୁଇଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଓ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସହଯୋଗରେ ଏହା ପ୍ରଦାନ କରାଯାଇଛି । ଭବିଷ୍ୟତରେ ଅଧିକ ସହାୟତା ପାଇଁ କ୍ରିୟାନୁଷ୍ଠାନ କମିଟି ଉଦ୍ୟମ କରୁଛି ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଜର୍ଜିଆରେ ରହୁଥିବା ଓଡ଼ିଆମାନଙ୍କ ମହତ୍ କାର୍ଯ୍ୟକୁ ଓ କ୍ରିୟାନୁଷ୍ଠାନ କମିଟିକୁ ଜିଲା ପ୍ରଶାସନ ଏବଂ ଜିଲା ସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଠାନ ଜିଲା କମିଟି ତରଫରୁ ସଭାପତି ମମତା ମହାପାତ୍ର, ସାଧାରଣ ସମ୍ପାଦକ ପ୍ରଦୀପ ଦାସଙ୍କ ସମେତ ନିରଞ୍ଜନ ପରିଡ଼ା, ଭଗବାନ ଚନ୍ଦ୍ର ରାଉତ, ବନମାଳୀ ନାୟକ, ଧୀରେନ୍ଦ୍ର ନାରାୟଣ ଦାସ, ଅନନ୍ତ କୁମାର ପ୍ରଧାନ, ଅର୍ଚ୍ଚନା ନନ୍ଦୀ, ପ୍ରଭାକର ସାହୁ, ନିରଞ୍ଜନ ରାଉତ, ଦୀନବନ୍ଧୁ ଲେଙ୍କା, ସୀତାରାମ ପ୍ରଧାନ, ଯଶୋଦା ନନ୍ଦନ ଆଶ୍, ବ୍ରହ୍ମାନନ୍ଦ ଦାସ, ସେକ୍ କରିମୁଦ୍ଦିନ୍, ରମେଶ ଚନ୍ଦ୍ର ଜେନା, ପଦ୍ମଲୋଚନ ଦତ୍ତ, ପ୍ରମିତା ଦାସ, ପ୍ରଫୁଲ୍ଲ କୁମାର ଦାସ, ସଚିନ୍ଦ୍ର ଦାସ, ବିଜୟ ଦାସଅଧିକାରୀ, ବେଣୁଧର ବାରିକ, ଯୋଗେଶ ପ୍ରଧାନ, ଶଶାଙ୍କ ଦତ୍ତ, ଗୌରାଙ୍ଗ ପାଣିଗ୍ରାହୀ ଓ ବିଭିନ୍ନ ବ୍ଲକ୍ କମିଟି ତରଫରୁ ଦିଲ୍ଲୀପ ଗିରି, ମାୟାଧର ନାୟକ, ଜାମସେଦ ଅଲ୍ଲୀ ଖାଁ, ଯୋଗେନ୍ଦ୍ର ମାହାନ୍ନା, ଜଗତାନନ୍ଦ ବିଶ୍ୱାଳ, ପୁରୁଷୋତ୍ତମ ବେହେରା, ଚୌଧୁରୀ ସ୍ମୃତିସୌରଭ ଦାସ, ଯୁବନେତା ବିକ୍ରମ ପଣ୍ଡା ଓ ବଳରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।ବାଲେଶ୍ୱର : ଆମେରିକାର ଓଡ଼ିଆ ସୋସାଇଟି ତରଫରୁ କରୋନା ଚିକିତ୍ସା ପାଇଁ ମେଡିକାଲ୍ ଉପକରଣ ପ୍ରଦାନ

