ଏମ୍ସିଡି ନିର୍ବାଚନ : ଆପ୍ ପାଇଲା ବହୁମତ, ଭାଜପା ମାରିଲା ଶତକ
ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମ ନିର୍ବାଚନର ଫଳାଫଳ ଆସିଛି । ଆମ୍ ଆଦ୍ମୀ ପାର୍ଟି ୧୩୪ ସିଟ୍ରେ ଜିତିଛନ୍ତି । ଅପରପକ୍ଷରେ ଭାଜପାକୁ ୧୦୪ ସିଟ୍ ଉପରେ ଜିତ୍ ମିଳିଛି । କଂଗ୍ରେସ ପାର୍ଟି ୯ ସିଟ୍ ଜିତିଛି ଏବଂ ତିନି ଅନ୍ୟମାନଙ୍କ ଖାତାକୁ ଯାଇଛି । ଦିଲ୍ଲୀ ରାଜ୍ୟ ନିର୍ବାଚନ ଆୟୋଗର ୱେବସାଇଟ୍ରୁ ପ୍ରାପ୍ତ ସୂଚନା ଅନୁସାରେ ଆମ୍ ଆଦମୀ ପାର୍ଟି ୧୩୪ ସିଟ୍ ସହିତ ସବୁଠାରୁ ବଡ଼ ପାର୍ଟି । ୨୫୦ ଭୋଟ୍ ପାଇଁ ହୋଇଥିବା ମତଦାନରେ ବହୁମତ ପାଇଁ ୧୨୬ ସିଟ୍ରେ ବିଜୟୀ ୍ ଜରୁରୀ ଥିଲା । ଭୋଟ୍ ସେୟାର ଅନୁଯାୟୀ ଆପ୍ ପାର୍ଟିକୁ ୪୨.୦୫ ପ୍ରତିଶତ, ଭାଜପାକୁ ୩୯.୦୯ ପ୍ରତିଶତ, କଂଗ୍ରେସକୁ ୧୧.୬୮ ପ୍ରତିଶତ, ନିର୍ଦ୍ଦଳୀୟ ୩.୪୬ ପ୍ରତିଶତ ଭୋଟ୍ ମିଳିଛି ।
