ମୟୁରଭଂଜ କପ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଂଟ ବି.ଜେ.ଏମ.ସି.ସି. ଟିମ ବିଜୟୀ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଂଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଂଜ କପ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଂଟର ଷଷ୍ଠ ଦିନର ଏକ ମାତ୍ର ମ୍ୟାଚରେ ବିଜେଏମସିସି ଟିମ ମୁର୍ଗାବାଡି କ୍ରିକେଟ କ୍ଲବକୁ ୭ ଉଇକେଟରେ ପରାସ୍ତ କରିଛି ଓ ପ୍ରଥମେ ବ୍ୟାଟିଂ କରି ମୁର୍ଗାବାଡି କ୍ଲବ ୧୫ ଓଭରରେ ୯ ଉଇକେଟ ହରାଇ ୮୭ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ସାଇବା ସିଂ ସର୍ବାଧିକ ୨୨ ରନ କରିଥିବା ବେଳେ ବିପକ୍ଷ ଦଳର ପରମେଶ୍ୱର ବେହେରା, ଦୁଷ୍ମନ୍ତ ଦାସ, ବିପୁଲ ରାଉତ ଓ ଅମିତ ବିଶ୍ୱାସ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ବିଜେଏମସିସି ୧୦.୪ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ ଓ ଦଳ ପକ୍ଷରୁ ବିବ୍ୟଲୋଚନ ଦାଶ ୩୭ ଓ ଅବିନାଶ ଖଣ୍ଡେଲୱାଲ ୨୩ ରନ କରିଥିଲେ ଓ ଦିବ୍ୟଲୋଚନ ଦାଶ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ଓ ସୁଶାନ୍ତ ମହାନ୍ତି ଓ ଅଶୋକ କୁମାର ପାଲ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ ଓ ମଳୟ କୁମାର ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ I
